ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା, ବଳଙ୍ଗା ଥାନା ଏସଆଇ ସସ୍ପେଣ୍ଡ
ପିପିଲି: ପିପିଲିର ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୂଚନା ଅନୁସାରେ ଜବତ ହୋଇଥିବା ଡିନାମାଇଟକୁ ଥାନାର ମାଲଖାନାରେ ରଖାଯାଇଥିଲା। ଆଉ ଏହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା ଅନୁମାନ କରାଯାଉଛି। ସଧାରଣତଃ, ପାହାଡ ଫଟାଇବା ପାଇଁ ଶକ୍ତିଶାଳୀ ଡିନାମାଇଟ ବ୍ୟବହାର ହୋଇଥାଏ । ସୋମବାର ରାତିରେ ବଳଙ୍ଗା ଥାନାରେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏନେି ଗତ କାଲିଠୁ ତଦନ୍ତ ଆରମ୍ଭ ହୋଇଥିଲା । ଆଜି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ସସପେଣ୍ଡ ହୋଇଛନ୍ତି ।
ଏହି ଭୟଙ୍କର ବିସ୍ଫୋରଣରେ ଥାନାର ଛାତ ଉଡିବା ସହ କାନ୍ଥ ଭୁଷୁଡି ପଡିଛି । ଆଇଆଇସିଙ୍କ ଦପ୍ତର , ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ଏକପ୍ରକାର ନଷ୍ଟ ହୋଇଯାଇଛି । ବିସ୍ଫୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଟିଂଫିକ୍ ଟିମ୍ । ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ଫୋରଣ ଘଟିବା ପରେ ସମଗ୍ର ଅଂଚଳ ଥରି ଉଠିଥିଲା ଓ ଅଳ୍ପକେ ବର୍ତ୍ତିଥିଲେ ସେଣ୍ଟ୍ରି କର୍ମଚାରୀ ।
Powered by Froala Editor