ମୁଣ୍ଡଳୀରେ ଫସିଥିବା ଦନ୍ତାହାତୀକୁ ଦିଆଗଲା ସମାଧି

କଟକ-ଜଗତପୁର: ଦନ୍ତାହାତୀର ମୃତଦେହ ଉଦ୍ଧାର ପାଇଁ ନାକେଦମ ହୋଇଥିବା ବନବିଭାଗ ଆଜି ଶେଷରେ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରି ପୋତି ଦେଇଛି । ଏଥିସହ ଦାନ୍ତକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଏହି ଦାନ୍ତ ଦୁଇଟିର ଓଜନ ୨୨ କେଜି ହୋଇଥିବା ବେଳେ ମୋଟେଇ ୩୪ ସେଣ୍ଟିମିଟର ହୋଇଥିବା କଟକ ସିଟି ଡିଭିଜନ ଡିଏଫଓ ଯଶୋବନ୍ତ ବରିହା ସୂଚନା ଦେଇଛନ୍ତି । ଦାନ୍ତ ଖୁଖିଲା ଅବସ୍ଥାକୁ ଆସିବା ପରେ ଏହାକୁ ଟ୍ରେଜେରିକୁ ପଠାଯିବ ବୋଲି ସେ କହିଛନ୍ତି । ଏହି ଦାନ୍ତର ମୂଲ୍ୟ ବଜାର ଦର ଅନୁସାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଉଲ୍ଲେଖଯୋଗ୍ୟ ଯେ ମୁଣ୍ଡଳୀ ଆନିକଟ ନିକଟରେ ମହାନଦୀରେ ଫସି ଯାଇଥିବା ଏହି ଦନ୍ତାହାତୀ ଶୁକ୍ରବାର ରାତିରୁ ପ୍ରାଣ ହରାଇଥିବା ବେଳେ ଗଲା ରବିବାର ଦିନ ହାତୀର ମୃତଦେହ ମିଳିଥିଲା ।
Powered by Froala Editor