ବିପଦ ସଙ୍କେତ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ପିଛା ଛାଡୁନି ଲଘଚାପ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ବର୍ଷାର ମାତ୍ରା ବଢୁଥିବାରୁ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଅନ୍ୟପଟେ ଉବୁଟୁବୁ ହେଲାଣି ହିରାକୁଦ ଡ୍ୟାମ । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ସମାନ ସ୍ତରରେ ରହିଛି । ବର୍ତମାନ ହୀରକୁଦରେ ସୁବ ଗେଟ୍ ବନ୍ଦ ଅଛି ଓ ଜଳଭଣ୍ଡାରକୁ ୪୪ ହଜାର ୧୭୮ କୁ୍ୟସେକ ଜଳକ ପ୍ରବେଶ କରୁଥିବାବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି । ସେପ୍ଟେମ୍ବର ପହିଲା ଯାଏଁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡ୍ୟାମ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ବାରମ୍ବାର ଦୁଇଟି ଲଘୁଚାପ ଯୋଗୁଁ ବର୍ଷା ହେବା ଫଳରେ ଡ୍ୟାମର ସ୍ଥିତି ବଦଳି ଯାଇଛି । ଉପରମୁଣ୍ଡରେ ବର୍ଷା ହେବା ଫଳରେ ଏକାଥରକରେ ୨୬ଟି ଗେଟ୍ ଖୋଲିବାକୁ ପଡିଥିଲା । ହୀରାକୁଡ ଡ୍ୟାମର ଜଳସ୍ତର ଗତ କିଛଦିନ ହେଲା ୬୨୯ ଫୁଟ ରହିଆସୁଥିଲା । କିନ୍ତୁ ଗତକାଲି ଅପରାହ୍ନରେ ପ୍ରଥର ଥର ଲାଗି ଜଳସ୍ତର ସର୍ବୋଚ୍ଚ ସ୍ତର ଛୁଇଁଛି । ଏଥିପାଇଁ ରାଜ୍ୟରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି ।
Powered by Froala Editor