ଆଜି ଦେଶରେ ୧୮,୮୭୦ କରୋନା ପଜିଟଭ ଚିହ୍ନଟ ଓ ୩୭୮ମୃତ

ନୂଆଦିଲ୍ଲୀ: ଦିନକୁ କରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ଗତ୨୪ଘଣ୍ଟାରେ ଦେଶରେ ୧୮,୮୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୩୭୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି କେବଳ କେରଳର ୧୧ହଜାର ୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୧୪୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୩,୩୭,୧୬,୪୫୧ ମୋଟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତୁ୍ୟସଂଖ୍ୟା ୪,୪୭,୭୫୧କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭକ କେସ୍ ରହିଛି ୨,୨୮,୫୨୦ ଓ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୩,୨୯,୮୬,୧୮୦କୁ ବୃଦ୍ଧି ପାଇଛି ।
Powered by Froala Editor