ଆଜି ରାଜ୍ୟରେ ୫ମୁଣ୍ଡ ନେଲା କରୋନା
ଭୁବନେଶୁର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ରଜ୍ୟରେ ୫ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨ଜଣ ଓ ପୁରୀ, ଜଗତସିଂହପୁର, ଭଦ୍ରକରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟସଂଖ୍ୟା ୮୧୯୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୨୮ଜଣ ସ୍ଥାନୀୟ ସଂକ୍ରମର ୨୩୭ ରହିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦-୧୮ବର୍ଷ ବୟସ ବର୍ଗର ୬୩ ଜଣ କରୋନା ଆକ୍ରାନ୍ତ ରହିଛିନ୍ତି ।
Powered by Froala Editor