ସ୍ବାମୀର ଗୁପ୍ତାଙ୍ଗ ସହ ଗଳା କାଟିଦେଲା ସ୍ତ୍ରୀ

ଭଦ୍ରକ: ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମତାନ୍ତର ଉଗ୍ରରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ କରିଛି । ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ଗଳା କାଟି ଦେଇଥିବା ସୂଚନା ମିଳିଛି ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଘନଟା ଗାଁରେ । ଗାଁର ଅମୂଲ୍ୟ ଜେନା ଏବଂ ତାଙ୍କ ସ୍ତ୍ରୀ ସୁଲୋଚନା ଜେନାଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ଯୁକ୍ତି ତର୍କ ଲାଗିଥିଲା । ଧିରେ ଧିରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ସ୍ବାମୀ ରାଗିଯାଇ ଠେଙ୍ଗାରେ ବାଡେଇ ସ୍ତ୍ରୀର ମୁଣ୍ଡ ଫଟାଇବା ସହ ଦାନ୍ତ ଭାଙ୍ଗି ଦେବାରୁ ସ୍ତ୍ରୀ ପ୍ରତି ଆକ୍ରମଣ କରି ପାଖରେ ପଡିଥିବା ଏକ ଧାରୁଆ ଅସ୍ତ୍ରରେ ସ୍ବାମୀର ଗୁପ୍ତାଙ୍ଗ କାଟିବା ସହ ତଣ୍ଟି ମଧ୍ୟ କାଟି ଦେଇଥିଲେ ।ଗ୍ରାମବାସୀ ଉଭୟ ସ୍ଵାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏନେଇ ଚାନ୍ଦବାଲି ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor