ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ମାମଲା, ନ୍ୟାୟ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା
ଏସିଏଫ ସୌମ୍ୟ ମୃତୁ୍ୟ ମାମଲାକୁ ଦୀର୍ଘ ୨ ମାସ ବିତିଗଲା ହେଲେ ଏଯାଏ ମିଳିଲାନ ନ୍ୟାୟ । ନ୍ୟାୟ ପାଇଁ ସୌମ୍ୟଙ୍କ ବାପା ଏ ଅଫିସରୁ ସେ ଅଫିସ ହେଉଛନ୍ତି । ତେବେ ଆଜି ସୌମ୍ୟଙ୍କ ବାପା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ଭେଟି ସୌମ୍ୟଙ୍କ ବାପା ଦାବି ଉଠାଇଛନ୍ତି । ତଦନ୍ତ ପ୍ରକ୍ରିୟା ଓ ନ୍ୟାୟ କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ କାହିଁକି ଡିଏଫଓଙ୍କୁ ବଦଳି କରାଯାଇନି ଓ ବିଦ୍ୟାଭାରତୀଙ୍କୁ ଏଯାଏଁ କାହିଁକି ଗିରଫ କରାଗଲାନି ବୋଲି ପ୍ରଶ୍ନ ଏଡିଜିଙ୍କୁ ପ୍ରଶ୍ନ କରିଥିଲେ ।
ଆଗକୁ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯିବାକୁ କହିଛନ୍ତି ସୌମ୍ୟଙ୍କ ବାପା । କ୍ରାଇମବ୍ରାଞ୍ଚ ଦୁଇ ଦୁଇ ଜଣଙ୍କୁ ଲାଇ ଡିଟେକସନ କରିସାରିଥିଲେ ବି କିଛି ସତ ସାମ୍ନାକୁ ଆସିପାରୁନି । ତେବେ ଏଡିଜିଙ୍କୁ ଦେଖା କରିବା ପରେ ସୌମ୍ୟଙ୍କ ବାପା କହିଛନ୍ତି, ସେ ଭରଷା ଦେଇଛନ୍ତି ନ୍ୟାୟ ମିଳିବ । ନ୍ୟାୟ କେବେ ମିଳିବ ତାହା ସମୟ କହିବ ବୋଲି ସୌମ୍ୟଙ୍କ ବାପା କହିଛନ୍ତି ।
Powered by Froala Editor