ସ୍କୁଲରେ ଜାତିଭେଦ : କିଚେନରେ ଷ୍ଟାଫ୍ଙ୍କ ବାସନ, ବାହାରେ ଏସ୍ସି ଏସ୍ଟି ପିଲାଙ୍କ ଥାଳି
![ସ୍କୁଲରେ ଜାତିଭେଦ : କିଚେନରେ ଷ୍ଟାଫ୍ଙ୍କ ବାସନ, ବାହାରେ ଏସ୍ସି ଏସ୍ଟି ପିଲାଙ୍କ ଥାଳି](https://odishanewslens.com/news_gallery/6490_1632815724.jpeg)
ସଚେତନତା ପରେ ସଚେତନତା କରାଯାଉଛି । ହେଲେ ଲୋକଙ୍କ ଭିତରେ ଜାତିଆଣ ନେଇ ମନୋଭାବ ଆଜି ମଧ୍ୟ ରହିଛି । ଯାହାର ଏକ କୁତ୍ସିତ ଖବର ଉତ୍ତରପ୍ରଦେଶ ମୈନପୁରୀରୁ ଆସିଛି । ମୈନପୁରୀର ଦାଉଦପୁର ଗାଁରେ ଥିବା ଏକ ସରକାରୀ ସ୍କୁଲରେ ଏଭଳି ଭେଦଭାବ କରାଯାଉଥିବା ଦେଖାଦେଇଛି । ଏଠି ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀମାନଙ୍କ ବାସନ ଅଲଗା ରହୁଛି। ଏଥିସହିତ ମଧ୍ୟାହ୍ନଭୋଜନ ପରେ ଛାତ୍ରଛାତ୍ରୀମାନେ ନିଜ ବାସନ ନିଜେ ଧୋଉଛନ୍ତି।
ଏ ଖବର ଗ୍ରାମର ମୁଖିଆଙ୍କ ନିକଟରେ ପହଞ୍ଚିବା ପରେ ସେ ସ୍କୁଲ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଏ ନେଇ ସେ ଆଲୋଚନା କରିବା ସହ ଏଭଳି ହେବା ଉଚିତ ନୁହେଁ ବୋଲି କହିଥିଲେ। ଗ୍ରାମ ମୁଖିଆଙ୍କ କଥାକୁ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତ୍ବ ଦେଇ ନଥିଲେ। ଅନ୍ୟଜଣେ ଅଧିକାରୀ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବାରୁ ତାଙ୍କ ସ୍ବାମୀ କହିଥିଲେ, ସ୍କୁଲ୍ରେ ଏମିତି ଚାଲେ। ଆଗକୁ ବି ଏହିଭଳି ଚାଲିବ। ଛାତ୍ରଛାତ୍ରୀମାନେ କହିଥିଲେ, ସେମାନଙ୍କ ବାସନ ଶ୍ରେଣୀ ଗୃହରେ ରଖାଯାଏ। ଅନ୍ୟ ଷ୍ଟାଫମାନଙ୍କ ବାସନ କିଚେନ୍ରେ ରଖା ହୁଏ।
ଏ ନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ସ୍କୁଲ୍ର ଦୁଇଜଣ ରୋଷେୟାଙ୍କୁ ଚାକିରିରୁ ବିଦା କରାଯାଇଛି। ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସ୍କୁଲରୁ ବିଦା କରାଯାଇଛି। ଜିଲ୍ଲାପାଳ ମହେନ୍ଦ୍ର ବାହାଦୁର ସିଂହ ନିଜ ଆଡ଼ୁ ପଦକ୍ଷେପ ନେଇଛନ୍ତି।
Powered by Froala Editor