ଶପଥ ନେଲେ ଚନ୍ନି ସରକାରଙ୍କ ୧୫ ମନ୍ତ୍ରୀ
ପଞ୍ଜାବ ସରକାରଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି । ପଞ୍ଜାବର ଚନ୍ନି ସରକାରରେ ୧୫ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍ ଚଣ୍ଡିଗଡ଼ ରାଜଭବନରେ କଂଗ୍ରେସ ବିଧାୟକ ବ୍ରହ୍ମା ମହିନ୍ଦ୍ରା, ଭରତ ଭୂଷଣ, ମନପ୍ରୀତ ବାଦଲ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ପର୍ଗତ ସିଂହ, ସୁଖବିନ୍ଦର ସକାରିଆ, ବିଜେନ୍ଦ୍ର ସିଂହ ସିଙ୍ଗଲା, ରାଜକୁମାର ଭେର୍କା, ରାଣା ଗୁରଜିତ୍ ସିଂହ, ସଂଗତ ସିଂହ ଗିଲଜିଆନ୍, ରଣଦୀପ ସିଂହ ନାଭା, ଅରୁଣା ଚୌଧୁରୀ, ରାଜିଆ ସୁଲତାନା, ଗୁରକିରତ୍ କୋଟଲୀ, ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ଶପଥ ପାଠ କରାଇଛନ୍ତି।
କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନପ୍ରୀତ ସିଂହ ବାଦଲ, ବ୍ରହ୍ମା ମହିନ୍ଦ୍ରା, ଅରୁଣା ଚୌଧୁରୀ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ସୁଖବିନ୍ଦର ସିଂହ ସକାରିୟା, ରାଜିଆ ସୁଲତାନା, ବିଜେନ୍ଦ୍ର ସିଂହ ସିଙ୍ଗଲା, ଭରତ ଭୂଷଣ ଆଶୁ ପୂର୍ବ କ୍ୟାପଟେନ୍ ସରକାରରେ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଏହାବ୍ୟତୀତ ୭ ନୂଆ ମୁହଁଙ୍କୁ ଏଥର କ୍ୟାବିନେଟରେ ସ୍ଥାନ ମିଳିଛି। ସେମାନେ ହେଲେ ରାଣା ଗୁରଜିତ୍ ସିଂହ, ରଣଦୀପ ସିଂହ ନାଭା, ରାଜ କୁମାର ଭେର୍କା, ସଂଗତ ସିଂହ ଗିଲଜିଆନ୍, ପରଗତ ସିଂହ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଓ ଗୁରକିରତ ସିଂହ କୋଟଲୀ।
ଅନ୍ୟପଟେ ପଞ୍ଜାବ କଂଗ୍ରେସର ଦୁଇଗୋଷ୍ଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଚନ୍ନି ଉଭୟ ଗୋଷ୍ଠୀର ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଯାଉଛନ୍ତି ଓ କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଛି ।
Powered by Froala Editor