ସିକରହନା ନଦୀରେ ଡଙ୍ଗା ବୁଡ଼ି ୨୨ ଜଣ ନିଖୋଜ
![ସିକରହନା ନଦୀରେ ଡଙ୍ଗା ବୁଡ଼ି ୨୨ ଜଣ ନିଖୋଜ](https://odishanewslens.com/news_gallery/6431_1632683437.jpg)
ବିହାରର ମୋତିହାରୀରେ ମଝି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି।
ଏହି ଦୁର୍ଘଟଣା ଶିକାରଗଞ୍ଜ ଥାନା ଗୋଢ଼ିଆ ଗ୍ରାମରେ ହୋଇଛି। ଏଠାରେ ମଝି ନଦୀରେ ଡଙ୍ଗା ଓଲଟି ପଡ଼ିବା ହେତୁ ୨୨ ଜଣ ଯାତ୍ରୀ ପାଣି ଭିତରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକଙ୍କ କହିବାନୁସାରେ ଏହି ଡଙ୍ଗାରେ ପାଖାପାଖି ୨୦ରୁ ୨୫ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ମଝି ନଦୀରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେଇଛି। ସେପଟେ ଚାରି ଜଣ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନଦୀ ନିକଟରେ ପ୍ରବଳ ଭିଡ ଜମି ରହିଛି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor