୧୮୦ କିମି ଦୂରରେ “ଗୁଲାବ”
ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି । ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ଆଜି ମଧ୍ୟରାତ୍ର ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫କିମି ରହିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି ।
ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ଉପକୂଳରେ ଅଧମିଟର ପର୍ୟ୍ୟନ୍ତ ଜୁଆର ଉଠିପାରେ । ତେଣୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏନେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ନେଇ ଆଶଙ୍କା କରାଯାଉଛି ଏବଂ ଏହାର ପ୍ରଭାବରେ ୭ ଜିଲ୍ଲା ଯଥା-ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।ଦୁଇ ଦିନ ଧରି ଏହି ବର୍ଷା ଜାରି ରହିବ । ଏଥିପାଇଁ ୭ ଜିଲ୍ଲାରେ ୪୨ଟି ଓଡ୍ରାଫ ଓ ୨୪ଟି NDRF ଟିମ ମୁତୟନ କରାଯାଇଛି । ଏପଟେ ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆସିବା ଆଶଙ୍କା କରାଯାଉଛି । ଏହାସହ ଗଜପତି, ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
Powered by Froala Editor