ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ, କାହିଁକି ଜାଣନ୍ତୁ
କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ । ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ପରିସ୍ରା ଲାଗୁଥିବା କହିଥିଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଦେବାଶିଷ ଦାସ । ଏହାପରେ ଗାଡ଼ି ମହାନଦୀ ପୋଲ ଉପରେ ଅଟକିବା ମାତ୍ରେ ପାଣି ଭିତରକୁ ଡେଇଁ ପଡ଼ିଥିଲେ ଦେବାଶିଷ । ଖବର ପାଇ ଚାଉଳିଆଗଞ୍ଚ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦେବାଶିଷଙ୍କ ସହ କାରରେ ଥିବା ତାଙ୍କ ବନ୍ଧୁଙ୍କ ସୂଚନା ଅନୁସାରେ, ଗତ କିଛିଦିନ ହେବ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ଦେବାଶିଷ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ତାଙ୍କ ଭାଇଙ୍କ ସହ ଝଗଡ଼ା ଲାଗି ରହିଥିଲା । ଏଥିପାଇଁ ସେ ମାନସିକ ସ୍ତରରେ ବିଚଳିତ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor