କରୋନା ସମୟରେ ହୃଦରୋଗୀ କ’ଣ ଖାଇବେ

ସାଧାରଣ ଭାବରେ ଆମେ ଦେଖିବାକୁ ପାଇଛେ ଯେ ଯେଉଁ ବ୍ୟକ୍ତି ବହୁବିଧ ରୋଗରେ ସଂକ୍ରମିତ ହୋଇଥାନ୍ତି ସେମାନଙ୍କ ଶରୀର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ବହୁବିଧ ରୋଗ ମଧ୍ୟରୁ ହୃଦରୋଗ ଅନ୍ୟତମ ।ଶରୀରର ପ୍ରତ୍ୟେକ ଅଂଶକୁ ରକ୍ତ ଏବଂ ରକ୍ତ ଦ୍ୱାରା ଅମ୍ଳଜାନ ପହଞ୍ଚାଇବାରେ ହାର୍ଟ ବା ହୃତପିଣ୍ଡ ସାହାଯ୍ୟ କରିଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ ମଧ୍ୟ କରିଥାଏ ।
ତେବେ ଆସନ୍ତୁ ଜାଣିବା କରୋନା ମହାମାରୀ ସମୟରେ ହାର୍ଟକୁ ସୁସ୍ଥ ରଖିବାକୁ ହେଲେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ଏବଂ ଅନୁଚିତ । ଜଣେ ହୃଦରୋଗୀ ଲୋ କ୍ୟାଲୋରୀ, ଲୋ ଫ୍ୟାଟ, ଲୋ କାର୍ବୋହାଇଡ୍ରେଟ ଏବଂ ନର୍ମାଲ ପ୍ରୋଟିନ ଖାଇବା ଉଚିତ । ଓମେଗା ଥ୍ରୀ ଯୁକ୍ତ ଖାଦ୍ୟ, ସାଲମନ, ମହୁରାଳୀ ମାଛ ଆଦି ଖାଇବା ଉଚିତ ।
ଲୋ ଫ୍ୟାଟ କ୍ଷୀର, ନଟସ, ବିନ୍ସ, ଡାଲି ଜାତୀୟ ଖାଦ୍ୟ, ଅଣ୍ଡାର ଧଳା ଭାଗ, ପ୍ରଚୁର ପନିପରିବା ଏବଂ ଫଳ ଆଦିଖାଆନ୍ତୁ ।
ସୋରିଷ ତେଲ, ସନଫ୍ଲାୱାର ତେଲ ଆଦି ଖାଆନ୍ତୁ ।
କୋଲେଷ୍ଟରାଲ ଫ୍ରୀ ଖାଦ୍ୟ ମେଥି, ରସୁଣ, ପିଆଜ, ରାଶି,ହଳଦୀ ଆଦି ଖାଆନ୍ତୁ ।
ଯଦି ଉଚ୍ଚ ରକ୍ତ ଚାପ ରହୁଛି ତାହାଲେ ଖାଦ୍ୟରେ ଲୁଣର ପରିମାଣ କମ କରନ୍ତୁ ।
ଲୁଣି ଖାଦ୍ୟ ଶୁଖୁଆ ଆଦି ଖାଆନ୍ତୁ ନାହିଁ ।
ବାହାର ଖାଦ୍ୟ ନ ଖାଇ ଘର ତିଆରି ଖାଦ୍ୟ ଖାଆନ୍ତୁ ।
ଏକା ଥରକରେ ବେଶି ଖାନ୍ତୁ ନାହିଁ ।
ସପ୍ତାହକୁ ଦି ଥର ମାଛ ଖାଆନ୍ତୁ ।
ଲୋ ଫ୍ୟାଟ କ୍ଷୀର ନିଅନ୍ତୁ ।
ହାଇ ଫାଇବର ଖାଦ୍ୟ ସାଲାଡ, ଫଳ, ଶାଗ, ଓଟ୍ସ, ବାଜରା,ନାଲି ଚାଉଳ ଆଦି ହୃଦରୋଗୀଙ୍କ ପାଇଁ ବହୁତ ଭଲ ।
ତେବେ ଆସନ୍ତୁ ଜାଣିବା ଜଣେ ହୃଦରୋଗୀ କଣ ଖାଇବା ଉଚିତ ନୁହେଁ ।
ଅତ୍ୟଧିକ ଚା, କଫି ପିଅନ୍ତୁ ନାହିଁ ।
ଫାଷ୍ଟ ଫୁଡ, ଫ୍ରାଏଡ ଫୁଡ, ଅତ୍ୟଧିକ ମିଠା ଜିନିଷ, ତେଲ ଯୁକ୍ତ ଖାଦ୍ୟ
ଆଇସକ୍ରିମ, କୁକିଜ, ପିଜା, ବର୍ଗର, ମଟନ, ଅଣ୍ଡାର କେଶର,କଙ୍କଡା, ଚିଙ୍ଗୁଡି ଖାଇବା ଅନୁଚିତ ।
ଦୈନିକ ବ୍ୟାୟାମ ବା ଯୋଗ କରନ୍ତୁ ।
Powered by Froala Editor