ଏମିତି କରନ୍ତୁ, ଚକଚକ୍ କରିବ ରୋଷେଇ ଘର
ସ୍ୱାସ୍ଥ୍ୟକର ଖାଦ୍ୟ ଆମ ଜୀବନର ଆଧାର ହୋଇଥାଏ । ଏକ ସୁସ୍ଥ ଶରୀର ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ନିର୍ଭର କରିଥାଏ । ତେଣୁ ସ୍ୱାସ୍ଥ୍ୟକର ଖାଦ୍ୟ ତିଆରି କରିବା ପାଇଁ ରୋଷେଇ ଘର ସର୍ବଦା ପରିଷ୍କାର ପରିଚ୍ଛନ ରହିବା ଆବଶ୍ୟକ । ଖାଦ୍ୟ ତିଆରି କଲାବେଳେ ରୋଷେଇ ଘରେ ତେଲ ଛିଟା କିମ୍ବା କୌଣସି ଜିନିଷ ପଡି ଚଟାଣରେ ଦାଗ ରହିଯାଏ, ଏଥିପାଇଁ ରୋଷେଇ ଘର ଅସୁନ୍ଦର ଦେଖାଯାଏ । ଏଥିପାଇଁ ଅନେକ ଘରୋଇ ଉପାୟ ରହିଛି ।
-ଏକ ଚାମଚ ବେକିଂ ସୋଡା ଓ ଲେମ୍ବୁରସକୁ ଗରମପାଣିରେ ମିଶାଇ ଦାଗ ହୋଇଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ୨-୩ ମିନିଟ ପରେ ଏହାକୁ ଏକ କପଡାରେ ପୋଛି ଦିଅନ୍ତୁ । ଏହା ଦ୍ୱାରା ସମ୍ପୂର୍ଣ୍ଣ ଦାଗ ଦୂର ହୋଇଯିବ ।
-ବାସନା ଧୁଆ ଲିକୁଇଡକୁ ଗରମ ପାଣିରେ ମିଶାଇ ସ୍କ୍ରବରେ ସେହି ସ୍ଥାନକୁ ଘସି ଦିଅନ୍ତୁ । ଦାଗ ଦୂର ହୋଇଯିବ ।
-ଏହାସହିତ ୩-୪ ଚାମଚ ଭିନେଗାରରେ ଗରମ ପାଣି ମିଶାଇ, ଦାଗ ହୋଇଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଅଧଘଣ୍ଟା ପରେ ସେହି ସ୍ଥାନକୁ ଏକ କଟନ କପଡାକୁ ପୋଛି ଦିଅନ୍ତୁ, ଦେଖିବେ ରୋଷେଇ ଘର ଚକ୍ ଚକ୍ କରିବ ।
Powered by Froala Editor