କାହିଁକି ଭୂଲି ହୁଏନି ପ୍ରଥମ ପ୍ରେମ ଜାଣନ୍ତୁ....

କୁହାଯାଏ ପ୍ରେମ ଏକ ଅଭୁଲା ଆକର୍ଷଣ । ଯୌବନର ପ୍ରଥମ ପାହାଚରେ ଏକ ସୁନ୍ଦର ଭାବନା ସହିତ ଯୁବପିଢି ଉଡିଥାନ୍ତି ପ୍ରେମର ମୁକ୍ତ ଆକାଶରେ । ଉଭୟ ବତାଇଥାନ୍ତି ଅନେକ ଅନ୍ତରଙ୍ଗ ମୁହୂ ର୍ ଓ ସାଉଁଟିଥାନ୍ତି ଅନେକ ସୁନ୍ଦର ସ୍ମୃତି । ପ୍ରେମ ୫୦ବର୍ଷ ପୁରୁଣା ହେଲେ ମଧ୍ୟ ଯେତେବେଳେ ପ୍ରଥମ ପ୍ରେମର ଅଭୁଲା ସ୍ମୃତି ମନେପଡିଯାଏ, ଉଭୟଙ୍କ ମନରେ ଅସରନ୍ତି ଖୁସି ଭରିଯାଏ । ଏହାକୁ କେବେ ପ୍ରେମିଯୁଗଳ ଭୁଲିପାରନ୍ତି ନାହିଁ, କାରଣ ପ୍ରଥମ ପ୍ରେମ ସବୁବେଳ ପାଇଁ ଅଦ୍ୱିତୀୟ ହୋଇଥାଏ । ସେହି ସମୟରେ ଉଭୟଙ୍କ ସ୍ନେହ, ଯତ୍ନ ଓ ତାଙ୍କ ଭଲପାଇବା ସବୁଠାରୁ ନିଆରା ଥାଏ । ଯୌବନର ପ୍ରଥମ ପାହାଚରେ ପ୍ରେମ ଆଡକୁ ପାଦ ଖସିଲା ପରେ ଉଭୟଙ୍କ ସହ ଘଟୁଥିବା ସବୁ ଘଟଣା ମନକୁ ଛୁଇଁଥାଏ ଓ ସେହି ସମୟରେ ଘଟିଥିବା ଅନେକ ପାଗଳାମି, ଛୋଟ ଛୋଟ ମାନ ଅଭିମାନ ସବୁଦିନ ପାଇଁ ମନ ରହିଥାଏ । ପରିବାର କଟକଣାରୁ ବାହାରି ଲୁଚି ଲୁଚି ଦେଖା କରିବା, ଉଭୟ ଉଭୟଙ୍କୁ ଦେଇଥିବା ପ୍ରଥମ ଉପହାର, ଭେଟିଥିବା ପ୍ରଥମ ସ୍ଥାନ, ଦୁହେଁ ମିଶି ଖାଇଥିବା ପ୍ରଥମ ହୋଟେଲ ସବୁକିଛି ମନରେ ଛାପି ହୋଇ ରହି ଯାଇଥାଏ । ତେଣୁ ପ୍ରଥମ ପ୍ରେମକୁ କେହିବି ଭୂଲି ହୁଏ ନାହିଁ ।
Powered by Froala Editor