୧୮.୯୦ ଲକ୍ଷ ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଲଡୁ

ସର୍ବକାଳିନ ରେକର୍ଡ ସହିତ ହାଇଦ୍ରାବାଦର ବାଲାପୁର ଗଣେଶଙ୍କ ୨୧ କିଲୋର ଲଡ୍ଡୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଆନ୍ଧ୍ରପ୍ରଦେଶର ଏମଏଲସି ରମେଶ ଯାଦବ ତେଲେଙ୍ଗାନାର ନାଦରଗୁଲ ନିବାସୀ ବ୍ୟବସାୟୀ ମେରି ଶଶାଙ୍କ ରେଡ୍ଡିଙ୍କ ସହିତ ମିଶି ଏହି ଲଡୁ କିଣିଛନ୍ତି। ରମେଶ ଯାଦବ ଏହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଉପହାରରେ ଦେଇଛନ୍ତି। ଲଡୁର ନିଲାମ ୧,୧୧୮ଟଙ୍କାରୁ ଆରମ୍ଭ ହୋଇଥିଲା।
କୋଲାନୁ ରାମ ରେଡ୍ଡି ଜଣେ ବ୍ୟବସାୟୀ ଓ କୃଷକ। ସେ ୨୦୧୯ରେ ୧୭.୬୦ଲକ୍ଷ ଟଙ୍କାରେ ଏହି ଲଡୁକୁ କିଣିଥିଲେ। ସେ ବି ଚଳିତ ବର୍ଷ ଅନ୍ୟ ଲୋକଙ୍କ ଭଳି ଏହି ନିଲାମରେ ଭାଗ ନେଇଥିଲେ। ଏହି ନିଲାମକୁ ଦେଖିବା ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ପି. ସବିତା ଇନ୍ଦ୍ରା ରେଡ୍ଡି, ପୂର୍ବତନ ବିଧାୟକ ଟି. କୃଷ୍ଣା ରେଡ୍ଡି ଓ ଅନ୍ୟ ରାଜନେତାମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ସର୍ବପ୍ରଥମେ ଏଠାରେ ୧୯୯୪ ମସିହାରେ ଲଡ଼ୁ ନିଲାମ ହେବାର ପକ୍ରିୟା ଆରମ୍ଭ ହୋଇଥିଲା। ସେ ସମୟରେ ୪୫୦ ଟଙ୍କା ଦେଇ ସେ ଅଞ୍ଚଳର କେ.ରାମମୋହନ ରେଡ୍ଡି ଗଣେଶଙ୍କ ଲଡୁ ନିଲାମରେ କିଣିଥିଲେ। ଏହି ଟଙ୍କା ସେହି ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଖର୍ଚ୍ଚ କରାଯାଇଥିଲା।

Powered by Froala Editor