ଭୟଙ୍କର ଦୁର୍ଘଟଣା : ଚଳନ୍ତା କାର୍ରେ ଜଳିଗଲେ ଡାକ୍ତର
ହାଇଦ୍ରାବାଦର ଶସ୍ମାବାଦରେ ଭୟଙ୍କର ଦୁର୍ଘଟଣା ଘଟିଛି । ଚଳନ୍ତା କାର୍ରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଫାୟାର୍ ବ୍ରିଗେଡ୍, ଗାଡ଼ିରୁ ନିଆଁ ଲିଭାଇ ଡାକ୍ତରଙ୍କ ମୃତ ଦେହକୁ ବାହାର କରାଯାଇଥିଲ।। ଶବକୁ ପୋଷ୍ଟ ମଟମ୍ ପାଇଁ ପଠାଯାଇଛି ।
ସୂଚନା ଅନୁସାରେ, ୩୯ ବର୍ଷୀୟ ଡାକ୍ତର ନୀଳପତି ସୁଧୀର ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଡାକ୍ତର ଗାଡ଼ି ଭିତରେ ଫସିଯାଇଥିଲେ । ଫଳରେ ଗାଡ଼ି ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚତିବା ବେଳକୁ ଡାକ୍ତରଙ୍କ ମୃତ୍ୟୁ ହୋଇଯାଇଥିଲା ।
Powered by Froala Editor