୭୮୬ କ୍ରମିକ ସଂଖ୍ୟା ଥିବା ନୋଟ୍ ଥିଲେ ଆପଣ ହୋଇପାରିବେ ଲକ୍ଷପତି
୭୮୬ କ୍ରମିକ ସଂଖ୍ୟା ଥିବା ନୋଟ୍କୁ ବିକ୍ରି କରି ଆପଣ ହୋଇପାରିବେ ଲକ୍ଷପତି । ଅର୍ଥାତ୍ ଯେଉଁ ପୁରୁଣା ନୋଟ୍ ଉପରେ ୭୮୬ ନମ୍ବର ଲେଖାଯାଇଥିବ ତାକୁ ଅନ୍ଲାଇନ୍ରେ ନିଲାମ୍ କରିବା ଦ୍ବାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ସଂଗ୍ରହକାରୀମାନେ ଇ-କମର୍ସ ପ୍ଲାଟଫର୍ମ 'ଇବେ'ରେ ଏକ ଅନଲାଇନ୍ ନିଲାମ ପାଇଁ ନୋଟ୍କୁ ରଖିପାରିବେ। ଆପଣ ସେମାନଙ୍କର ପୁରୁଣା ନୋଟ ଏବଂ ମୁଦ୍ରା ବିକ୍ରୟ କରିବା ପାଇଁ କ୍ୱିକ୍ର ଏବଂ ଓଏଲ୍ଏକ୍ସ ପରି ଅନଲାଇନ୍ ପ୍ଲାଟ୍ଫର୍ମ ମଧ୍ୟ ବ୍ୟବହାର କରିପାରିବେ।
ଗତ କିଛି ମାସ ମଧ୍ୟରେ ପୁରୁଣା, ବିରଳ ତଥା ସଂଗ୍ରହଯୋଗ୍ୟ ନୋଟର ଚାହିଦା ବହୁଗୁଣିତ ହୋଇଛି। ସଂଗ୍ରହକାରୀମାନେ ବର୍ତ୍ତମାନ ବହୁ ମୂଲ୍ୟରେ ସଂଗ୍ରହଯୋଗ୍ୟ ନୋଟ୍ ଏବଂ ମୁଦ୍ରା କିଣିବାକୁ ଆଗ୍ରହ ଦେଖାଉଛନ୍ତି। ତେବେ '୭୮୬' ସଂଖ୍ୟାଟି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କ ପାଖରେ ବି ଏପରି ଏକ ନୋଟ୍ ଅଛି, ତେବେ ଆପଣ ରାତାରାତି ହୋଇପାରିବେ ଲକ୍ଷପତି। ଏହି କ୍ରମିକ ସଂଖ୍ୟା ଥିବା ପୁରୁଣା ନୋଟ୍କୁ ଅନ୍ଲାଇନ୍ରେ ବିକ୍ରି କରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।
Powered by Froala Editor