କେନ୍ଦ୍ର ମନ୍ତ୍ରୀମଣ୍ଡଳ ଠାରୁ ଅଧିକ ତିରୁପତି ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସଂଖ୍ୟା

ଆନ୍ଧ୍ର ପ୍ରଦେଶ ସରକାର ତିରୁପତି ଦେବସ୍ଥାନମ୍(ଟିଟିଡି)ର ନୂଆ ଟ୍ରଷ୍ଟ ଗଠନ କରିଛନ୍ତି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଟ୍ରଷ୍ଟ ସଦସ୍ୟଙ୍କ ସଂଖ୍ୟା କେନ୍ଦ୍ର୍ର ମନ୍ତ୍ରୀ ମଣ୍ଡଳ ଠାରୁ ମଧ୍ୟ ବଡ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ୭୮ ଜଣ ସଦସ୍ୟ ଥିବାବେଳେ ତିରୁପତି ଟ୍ରଷ୍ଟବୋର୍ଡ ସଦସ୍ୟଙ୍କ ସଂଖ୍ୟା ୮୧ । ଟ୍ରଷ୍ଟ ବୋର୍ଡରେ ୨୯ ଜଣ ସଦସ୍ୟ ଏବଂ ୫୨ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି।
ତିରୁପତି ଦେବସ୍ଥାନମ୍(ଟିଟିଡି) ହେଉଛି ବିଶ୍ବର ସବୁଠାରୁ ଧନୀ ହିନ୍ଦୁ ଦେବୋତ୍ତର କମିଟି ଏବଂ ସବୁଠାରୁ ବଡ଼ ଟ୍ରଷ୍ଟ ବୋର୍ଡ। ବିଦାୟୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ସଂଖ୍ୟା ୪୦ରୁ କମ୍ ଥିବାବେଳେ ନୂଆ ବୋର୍ଡରେ ୮୧ ସଦସ୍ୟ ଅଛନ୍ତି। ତେଣୁ ଏହା କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଇଣ୍ଡିଆ ସିମେଣ୍ଟସ୍ ଚେୟାରମ୍ୟାନ୍ ଏନ୍ ଶ୍ରୀନିବାସନ୍, ମାଇ ହୋମ୍ ଗ୍ରୁପ୍ ଚେୟାରମ୍ୟାନ୍ ଜେ ରାମେଶ୍ବର ରାଓ, ହେଟେରୋ ଗ୍ରୁପ ଚେୟାରମ୍ୟାନ୍ ବି ପାର୍ଥସାରଥୀ ରେଡ୍ଡୀ ନୂଆ ଟ୍ରଷ୍ଟ ବୋର୍ଡର ସଦସ୍ୟ ଅଛନ୍ତି। ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ମଧ୍ୟ ୭ ଜଣ ସଦସ୍ୟଙ୍କୁ ବୋର୍ଡରେ ରଖାଯାଇଛି।
Powered by Froala Editor