ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ...

ନୂଆଦିଲ୍ଲୀ: ପୁଣି ଶସ୍ତା ହେଲା ସୁନା ଦର । ଶୁକ୍ରବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୧୩୦ ଟଙ୍କା କମିଛି । ଏବେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୪୫,୨୦୭ ଟଙ୍କାକୁ ଖସିଛି । ଗୁରୁବାର ମଧ୍ୟ ସୁନା ଦର ୪୯୧ ଟଙ୍କା ଶସ୍ତା ହୋଇଥିଲା । ଦୁଇ ଦିନ ମଧ୍ୟରେ ସୁନା ଦର ୧,୬୨୧ ଟଙ୍କା ଶସ୍ତା ହୋଇଛି ।
ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ, ଶୁକ୍ରବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୬,୩୧୦ ଟଙ୍କା ରହିଥିଲା । ୨୨ କ୍ୟାରେଟ ସୁନା ଦର ୪୨,୪୨୦ ଟଙ୍କା ଥିଲା । ତେବେ ସୁନା ଏହାର ସର୍ବକାଳୀନ ତୁଳନାରେ ୧୦ ଗ୍ରାମ ପିଛା ପ୍ରାୟ ୯ ହଜାର ଟଙ୍କା ଶସ୍ତାରେ ବିକ୍ରି ହେଉଛି । ଆମେରକାରେ ସୁନାର ଖୁଚୁରା ବିକ୍ରୟ ବଢିଥିବାରୁ ଡଲାର ପ୍ରଭାବ ସୁନା ଉପରେ ପଡିଛି ।
Powered by Froala Editor