ୟୁଟ୍ୟୁବରେ ରୋଷେଇ ଶିଖେଇ ଲକ୍ଷପତି : ଆସନ୍ତୁ ଜାଣିବା ‘ଆପ୍ଲି ଆଜି’ଙ୍କ ବିଷୟରେ...
ଇଚ୍ଛା ଥିଲେ କ’ଣ ବା କରିନହୁଏ । ଜ୍ଞାନ କୌଶଳ ଆଗରେ ହାର ମାନେ ବୟସ । ଏଭଳି ପ୍ରତିଭା ଦେଖାଇ ଆଜି ୭୦ ବର୍ଷୀୟ ସୁମନ ଧାମନେ ଲକ୍ଷପତି ହୋଇସାରିଛନ୍ତି । ୟୁଟ୍ୟୁବରେ ସୁମନ ନିଜେ ଏକ ରୋଷେଇ ଚ୍ୟାନେଲ ଚଳାଉଛନ୍ତି। ତାଙ୍କ ଚ୍ୟାନେଲକୁ ଏବେ 11 ଲକ୍ଷରୁ ଅଧିକ ଲୋକ ଦେଖିବା ପାଇଁ ପସନ୍ଦ କରିଛନ୍ତି। ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି 'ଆପ୍ଲି ଆଜି'।
ମହାରାଷ୍ଟ୍ରର ନିପଟ ମଫସଲ ସରେଲା ଗାଁରେ ରହୁଥିବା ସୁମନ ରୋଷେୟୀ କରିବାକୁ ଭଲ ପାଆନ୍ତି। ନୂଆ ନୂଆ ଖାଦ୍ୟ ତିଆରି କରି ପିଲାମାନଙ୍କୁ ଦିଅନ୍ତି। ସୁମନଙ୍କ ରୋଷେଇ ଷ୍ଟାଇଲକୁ ଦେଖି ନାତି ୟଶ ତାଙ୍କୁ ପ୍ରଥମେ ୟୁଟ୍ୟୁବ ଚାନେଲ କରିବାକୁ କହିଥିଲା। ହେଲେ ସେ ଏହାକୁ ହସରେ ଉଡାଇ ଦେଉଥିଲେ। ହଠାତ ଦିନେ ସୁମନଙ୍କ ରୋଷେଇକୁ ସୁଟିଂ କରିଥିଲେ ୟଶ। ଭିଡିଓଟିଏ ପ୍ରସ୍ତୁତି କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ବହୁ ଲୋକ ରୋଷେୟୀକୁ ପସନ୍ଦ କରିବା ପରେ ଜନ୍ମ ନେଇଥିଲା ୟୁଟ୍ୟୁବ ଚାନେଲ 'ଆପ୍ଲି ଆଜି'।
ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। 'ଆପ୍ଲି ଆଜି' ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି। ଆଜିର ଲୋକପ୍ରିୟ ୟୁଟ୍ୟୁବ ଚାନେଲ ମଧ୍ୟରେ 'ଆପ୍ଲି ଆଜି'ର ନାଁ ଥିବାରୁ ସୁମନ ବେଶ ଖୁସି।
Powered by Froala Editor