ସିଦ୍ଧୁ ଭିତ୍ତିହୀନ ବୟାନ ଦେବା ରୋଗରେ ପୀଡିତ : ରାଘବ
ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ସମାଲୋଚନା କରିବା ସହ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସରକାର କେନ୍ଦ୍ରର କୃଷି ଆଇନକୁ ନେଇ ଦୋମୁହାଁ ନୀତି ଆପଣାଉଥିବା ସିଦ୍ଧୁ କହିଥିଲେ। ଏହାକୁ ଆଜି ଆପ୍ କାଉଣ୍ଟର କରିଛି। ଆପର ବିଧାୟକ ରାଘବ ଚଡ୍ଡା କହିଛନ୍ତି, ପଞ୍ଜାବ ରାଜନୀତିର ରାକ୍ଷୀ ସାୱାନ୍ତ ହେଉଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ କ୍ୟାପ୍ଟେନ ଅମରିନ୍ଦ ସିଂହଙ୍କୁ କ୍ରମାଗତ ଭାବେ ସମାଲୋଚନା କରିବା ପରେ କଂଗ୍ରେସ ହାଇକମାଣ୍ଡଙ୍କ କ୍ରୋଧର ଶିକାର ହୋଇଥିଲେ। ଏବେ ସେ ନିଜକୁ ବଦଳାଇବାକୁ ଚେଷ୍ଟା କରି ଅବରିନ୍ଦ କେଜ୍ରିୱାଲଙ୍କ ପଛରେ ପଡ଼ିଛନ୍ତି ବୋଲି ରାଘବ କହିଛନ୍ତି।
ଚଡ୍ଡା କହିଛନ୍ତି, ସିଦ୍ଧୁ ଭିତ୍ତିହୀନ ବୟାନ ଦେବା ରୋଗରେ ପୀଡିତ। ଏଥିପାଇଁ ସେ ଏଣୁତେଣୁ ଗପି ଚାଲିଛନ୍ତି। ସିଦ୍ଧୁଙ୍କୁ କୌଣସି କଥା ଗମ୍ଭୀର ଲାଗେ ନାହିଁ, ସେଥିପାଇଁ ପ୍ରତ୍ୟେକ ସ୍ଥାନରେ ଲୋକହସାର ପାତ୍ର ହୁଅନ୍ତି। ସେ କହିଛନ୍ତି, ସିଦ୍ଧୁ କିଛି ଦିନ ପରେ ପୁଣି କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବିରୋଧରେ ବୟାନବାଜି ଆରମ୍ଭ କରି ଦେବେ। ପ୍ରସଙ୍ଗ ଜରୁରୀ ହେଉ କି ନ ହେଉ ନବଜୋତ ସିଂହ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିବାର ଅଭ୍ୟାସ୍ ହୋଇ ଗଲାଣି।
Powered by Froala Editor