ଅକ୍ଚୋବରରେ ଶେଷ ସୁଦ୍ଧା ଉପଲବ୍ଧ ହେବ କାଡିଲା ଟିକା
ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଜାଇଡସ କାଡିଲା କରୋନା ଟିକା ଜାଇକୋଭ-ଡି ଟିକାକରଣ ପାଇଁ ଉପଲବ୍ଧ ହେବ। କେନ୍ଦ୍ର ସରକାରଙ୍କ ଔଷଧ ମହାନିୟନ୍ତ୍ରକ ଗତ ମାସ ୨୦ରେ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଥିଲେ । କୋଭାକ୍ସିନ ପରେ ଏହା ଦେଉଛି ଭାରତର ୨ୟ ସ୍ବଦେଶୀ କରୋନା ଟିକା । ପୁଣି ୧୮ ବର୍ଷରୁ କମ ବୟସ ବର୍ଗରେ ଏହା ହେଉଛି ଦେଶର ପ୍ରଥମ ଟିକା ।
ଗତ ମାସରେ କାଡିଲାର ଏମଡି ସର୍ବିଲ ପଟେଲ କହିଥିଲେ ଯେ ବର୍ଷକୁ ୧୦ରୁ ୧୨ କୋଟି ମାତ୍ରା ଟିକା ଉତ୍ପାଦନ କରାଯିବ । ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ । ତେବେ ସରକାର ଏବେ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି । ଏହି ଗାଇଡଲାଇନ ଆସିବା ପରେ ପିଲାମାନଙ୍କୁ ଟିକା ଦିଆଯିବା ଆରମ୍ଭ କରାଯିବ । ଏହି ଟିକା ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୧ କୋଟି ପିଲାଙ୍କୁ ଦିଆଯାଇପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି । କେବଳ କାଡିଲା ଟିକା ନୁହେଁ, ଅକ୍ଟୋବର ବେଳକୁ ଦେଶରେ ଆଉ କେତେକ କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି ।
Powered by Froala Editor