ମେକଅପ ନେଉଛନ୍ତିକି? ଏହି ସବୁ ଦିଗ ଉପରେ ଧ୍ୟାନ ରଖନ୍ତୁ
ଆଜିକାଲିର ଯୁବପିଢି ସ୍ମାର୍ଟ ଲୁକ୍ ପାଇଁ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ବିନା ମେକଅପ୍ରେ ବାହାରକୁ ବାହାରନ୍ତି ନାହିଁ । କିନ୍ତୁ ଯଦି ଏହାର ସଠିକ ରୂପେ ବ୍ୟବହାର ନକରନ୍ତି, ତେବେ ଏହାର ପ୍ରଭାବ ତ୍ୱଚା ଉପରେ ପଡିବ । ଏହା ଦ୍ୱାରା ତ୍ୱଚା ଖରାପ ହେବାର ଆଶଙ୍କା ଥାଏ । ତେବେ ମେକଅପ୍ ନେବା ପୂର୍ବରୁ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ ।
-ସବୁବେଳେ ମେକଅପ୍ ନେବା ପୁର୍ବରୁ ତ୍ୱଚାକୁ ଭଳ ଭାବେ ସଫା କରିବା ଉଚିତ୍ ।
-ଯେକୌଣସି ମେକଅପ କିଟ୍ କଣିବା ପୂର୍ବରୁ ଏହା କେଉଁ ଡେଟ୍ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହାପରେ ଏହାର କମ୍ପୋଜିସନ ଦେଖନ୍ତୁ, ଏହା ଆପଣଙ୍କ ତ୍ୱଚାକୁ ସୁଟ କରିବ କି ନାହିଁ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ ।
-ନିଜର ମେକଅପ କିଟକୁ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ କାରଣ ଏଥିଯୋଗୁଁ ଆପଣଙ୍କ ଆଲର୍ଜୀ ହେବାର ସମ୍ଭାବନା ଥାଏ ।
-ନିଜେ ବ୍ୟବହାର କରୁଥିବା ବ୍ରଶ, ତୁଳି ଓ ପପ ଇତ୍ୟାଦିକୁ ୨,୩ ଦିନ ବ୍ୟବଧାନରେ ସଫା କରନ୍ତୁ
-ମେକଅପକୁ ଭଲଭାବେ ମୁହଁରୁ ଛଡାନ୍ତୁ । ଏଥିପାଇଁ ଆପଣ ନଡିଆ ତେଲର ବ୍ୟବହାର ମଧ୍ୟ ବ୍ୟବହାର କରିପାରିବେ । ମେକଅପ୍ ଛଡାଇଲା ପରେ ଭଲଭାବେ ମୁହଁକୁ ସଫା କରନ୍ତୁ ।
Powered by Froala Editor