ଗାଧୋଇବାକୁ ଯାଇ ଜୋରରେ ଫସିଗଲେ ମହିଳା, ଉଦ୍ଧାର ପାଇଁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଗାଧୋଇବାକୁ ଯାଇ ଅନୁଗୁଳ ଜିଲ୍ଲା ହୁଲୁରିସିଙ୍ଗା ଜୋରରେ ଜଣେ ମହିଳା ଫସି ଯାଇଥିଲେ । ଏହି ଖବର ଜଣାପଡ଼ିବା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତୁରନ୍ତ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ବହୁ ଚେଷ୍ଟା ପରେ ଶେଷରେ ଏକ ମୋଟର ଲଞ୍ଚ ସାହାଯ୍ୟରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ଆଜି ସକାଳୁ ବ୍ରାହ୍ମଣୀ ବେହେରା (୬୦) ହୁଲୁରିସିଙ୍ଗା ଜୋରକୁ ଗାଧୋଇବାକୁ ଯାଇଥିଲେ । ପ୍ରବଳ ବର୍ଷା କାରଣରୁ ଅଚାନକ ଜୋରରେ ପାଣି ମାଡ଼ି ଆସିଥିଲା । ହଠାତ ଡେରେଜାଙ୍ଗ ପ୍ରୋଜେକ୍ଟ ପାଣି ଆସିବାରୁ ମହିଳା ଜଣଙ୍କ ଜୋର ମଧ୍ୟରେ ରହିଯାଇଥିଲେ । ଏହା ଜଣାପଡ଼ିବା ପରେ ଦମକଳ ବାହିନୀ ପହଞ୍ଚି ବହୁ କଷ୍ଟରେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନିଆଯାଇଛି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି ।
Powered by Froala Editor