ବହୁତ ଉପକାରୀ ଅଟେ କଦଳୀ ଚୋପା, ଜାଣନ୍ତୁ ୭ଟି ଲାଭ ବିଷୟରେ
![ବହୁତ ଉପକାରୀ ଅଟେ କଦଳୀ ଚୋପା, ଜାଣନ୍ତୁ ୭ଟି ଲାଭ ବିଷୟରେ](https://odishanewslens.com/news_gallery/5945_1631509659.jpg)
ଆପଣ ବି କଦଳୀ ଖାଇ ଚୋପା ଫୋପାଡ଼ି ଦେଉଛନ୍ତି କି? କରନ୍ତୁ ନାହିଁ ଏପରି ଭୁଲ୍। କଦଳୀର ଚୋପା ବହୁତ ଉପକାରୀ ଅଟେ। କଦଳୀର ଚୋପାରେ ପୁଷ୍ଟିକର ଓ ଶ୍ବେତସାର ପ୍ରଚୁର ପରିମାଣରେ ଥାଏ। ଏଥିରେ ଭିଟାମିନ ବି୬, ବି୧୨, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ଥାଏ। ଯେତେବେଳେ କଦଳୀ କଳା ପଡ଼ିଯାଏ ସେତେବେଳେ ଏଥିରେ ସୁଗାର ପରିମାଣ ଅଧିକ ହୋଇଯାଏ। ତେବେ ଆସନ୍ତୁ ଜାଣିବା କଦଳୀ ଚୋପାର ୭ଟି ଲାଭ ବିଷୟରେ
ଧ୍ୟାନ ରଖିବେ କଦଳୀ ଚୋପାକୁ ସତେଜ ଥିବା ଅବସ୍ଥାରେ ହିଁ ବ୍ୟବହାର କରିବେ। ଫ୍ରିଜରେ କଦଳୀ ଚୋପାକୁ ରଖନ୍ତୁ ନାହିଁ।
୧. ଏକ ସପ୍ତାହ ପର୍ୟ୍ୟନ୍ତ ପ୍ରତିଦିନ କଦଳୀର ଚୋପାକୁ ଦାନ୍ତରେ ଘଷନ୍ତୁ। କିଛି ସମୟ ପର୍ୟ୍ୟନ୍ତ ଏପରି କରନ୍ତୁ। ଏହାଦ୍ବାରା ଆପଣଙ୍କ ଦାନ୍ତରେ ଧୀରେ ଧୀରେ ଚମକ ଆସିବ। ହଳଦୀପଣ ମଧ୍ୟ ଦୂରେଇ ଯିବ।
୨. ଚେହେରାରେ ଯଦି ନାଲି ବ୍ରଣ ହେଉଛି ତେବେ କିଛି ସମୟ ପର୍ୟ୍ୟନ୍ତ କଦଳୀ ଚୋପାକୁ ଘଷନ୍ତୁ। ଏହା କରିବା ଦ୍ବାରା ମୁହଁରେ ନାଲି ବ୍ରଣ ଉଠିବା ବନ୍ଦ ହୋଇଯିବ।
୩. ମୁହଁରେ ବ୍ରଣ ହେଉଥିଲେ ପ୍ରତିଦିନ ୫ ମିନିଟ୍ ପର୍ୟ୍ୟନ୍ତ କଦଳୀ ଚୋପାକୁ ଚେହେରାରେ ଲଗାନ୍ତୁ। ଏକ ସପ୍ତାହ ଭିତରେ ଆପଣଙ୍କ ମୁହଁ ଚିକ୍କଣ ହୋଇଯିବ। ଯେପର୍ୟ୍ୟନ୍ତ ମୁହଁରୁ ବ୍ରଣ ଯାଇନାହିଁ ସେପର୍ୟ୍ୟନ୍ତ ଏଭଳି କରନ୍ତୁ।
୪. ଚେହେରାକୁ ଥଣ୍ଡା ରଖିବାରେ ମଧ୍ୟ କଦଳୀ ଚୋପା ସାହାଯ୍ୟ କରେ। ଚୋପାକୁ ପେଷ୍ଟ କରି ସେଥିରେ ଅଣ୍ଡାର କେଶରକୁ ମିଶାଇ ଦିଅନ୍ତୁ। ଏବେ ଏହାକୁ ମିଶାଇ ଚେହେରାରେ ଲେପ ଦିଅନ୍ତୁ। ୫ମିନିଟ୍ ପର୍ୟ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ। ଶୁଖିଲା ପରେ ସାଧା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ।
୫. ଶରୀରର କୈାଣସି ସ୍ଥାନରେ ଦରଜ ହେଲେ ସେହି ସ୍ଥାନରେ କଦଳୀ ଚୋପାକୁ ଧୀରେ ଧୀରେ ଘଷନ୍ତୁ। ୩୦ମିନିଟ୍ ପର୍ୟ୍ୟନ୍ତ ଚୋପାକୁ ସେଠାରେ ରଖନ୍ତୁ। ଏଭଳି କଲେ ଦରଜରୁ ମୁକ୍ତି ମିଳିବ।
୬.ତ୍ବଚାରେ କୈାଣସି ପ୍ରକାର ସଂକ୍ରମିତ ରୋଗ କିମ୍ବାର କୁଣ୍ଡାଇ ହେଉଥିଲେ ସେଥିରେ କଦଳୀ ଚୋପାକୁ ଲଗାନ୍ତୁ।
୭. ଆପଣଙ୍କ ଜୋତା ଯଦି ମଇଳା ହୋଇଯାଇଥିବ ତେବେ ସେଥିରେ କଦଳୀ ଚୋପା ଲଗାନ୍ତୁ। ଫଳରେ ଚମକ ଆସିବ। ଚମଡ଼ା ଓ ରୂପାର ଯେକୈାଣସି ସାମଗ୍ରୀକୁ ଚିକ୍କଣ କରିବାକୁ ଚାହୁଁଛନ୍ତି କି ତେବେ ସେଥିରେ କଦଳୀ ଚୋପା ଲଗାନ୍ତୁ। ଚମକ ଆସିବ।
Powered by Froala Editor