ମଧ୍ୟାହ୍ନରୁ ରାତି ପର୍ଯ୍ୟନ୍ତ ଜେରା ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ମାମଲାକୁ ୫୦ ଦିନ ପୂରିଛି । ତାଙ୍କ ମୃତୁ୍ୟ ବାବଦରେ ଏସିଏଫଙ୍କ ପନôୀ ବିଦ୍ୟାଭାରତୀଙ୍କୁ ଗୁରୁବାର ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ବିଦ୍ୟାଭାରତୀଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା । ସେ କିଛି ପ୍ରଶ୍ନର ରୋକଠୋକ ଉତ୍ତର ରଖିଥିବା ବେଳେ ଅନେକ ପ୍ରଶ୍ନରେ ଝୁଣ୍ଟୁ ଥିଲେ । ମଧ୍ୟାହ୍ନରୁ ଆରମ୍ଭ ହୋଇ ଜେରା ରାତି ପର୍ଯ୍ୟନ୍ତ ଚାଲିଥିଲା । ତେବେ ୭ ଘଣ୍ଟାର ଜେରାପରେ ବି ସନ୍ତୁଷ୍ଟ ହୋଇପାରି ନାହାନ୍ତି କ୍ରାଇମବ୍ରାଞ୍ଚ ଟିମ । ଏଥିପାଇଁ ପୁଣିଥରେ ବିଦ୍ୟାଭାରତୀଙ୍କୁ ଜେରା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ବିଦ୍ୟାଭାରତୀଙ୍କୁ ଜେରାପାଇଁ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଡିଏସପି ଇମାନ କଲ୍ୟାଣୀ ଓ ଆଉ ୩ଜଣ ଅଧିକାରୀ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଥିଲେ । ଦିନ ୨ଟାରୁ ଆରମ୍ଭ ହୋଇଥିଲା ରୁଦ୍ଧଦ୍ୱାର ଜେରା । କଲେଜ ଜୀବନ, ସୌମ୍ୟରଞ୍ଜନଙ୍କ ସହ ବିବାହ, ବୈବାହିକ ଜୀବନରେ ଝଡ଼, ଶାଶୂଘର ଲୋକଙ୍କ ସହ ସମ୍ପର୍କ, ହାତଲେଖା ଚିଠି, ବଲାଙ୍ଗୀରର ବ୍ୟାଚଲର ପାର୍ଟି, ସୌମ୍ୟରଞ୍ଜନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ନେଇ ସେ ଲଗାଇଥିବା ଆରୋପ, ତାଙ୍କ ଦେହରେ ନିଆଁ ଲାଗିବା ରାତିର ଘଟଣା, ଆଇଆଇସି ମମତା ପଣ୍ଡାଙ୍କ ଭୂମିକା ଓ ଡିଏଫଓଙ୍କ ସହ ସମ୍ପର୍କ; ଏ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଥୋଇ ବିଦ୍ୟାଭାରତୀଙ୍କୁ ଘେରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଏ ସମ୍ପର୍କରେ ଡିଏସପି ଇମାନ କଲ୍ୟାଣୀଙ୍କ କହିଛନ୍ତି, ଜେରା ବେଳେ ଅନେକ ସମୟରେ ନର୍ଭସ ହୋଇପଡ଼ିଥିଲେ ବିଦ୍ୟାଭାରତୀ । ତେବେ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ବାବଦରେ ଆରମ୍ଭରୁ ଯେଉଁକଥା କହୁଥିଲେ, ସେହି ସମାନ କଥା ଦୋହରାଇଥିଲେ । ବିଦ୍ୟାଭାରତୀଙ୍କ ବାପାଙ୍କୁ ବି କିଛି ସମୟ ଜେରା କରାଯାଇଥିଲା । ବିଦ୍ୟାଭାରତୀଙ୍କୁ ପୁଣିଥରେ ଜେରା କରାଯାଇପାରେ ବୋଲି କହିଛନ୍ତି ।
Powered by Froala Editor