୬ରୁ ଓଜେଇଇ, ଏମିତି ହେବ ପରୀକ୍ଷା
ଭୁବନେଶ୍ୱର : ସେପ୍େଟମ୍ବର ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଜେଇ) ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଦିନ ବି.ଫାର୍ମାରେ ନାମଲେଖା ଲାଗି ପରୀକ୍ଷା ହେବାକୁ ଥିବା ବେଳେ ୭ରୁ ୯ ତାରିଖ ଯାଏ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି (ଡିପ୍ଲୋମା) ପରୀକ୍ଷା ରହିଛି । ଏଥିସହ ୭ ତାରିଖରେ ଇଣ୍ଟିଗ୍ରେଟେଡ ଏମବିଏ, ୮ ତାରିଖରେ ଏମ ଫାର୍ମା, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି (ବିଏସସି) ପରୀକ୍ଷା କରାଯିବ । ୯ ତାରିଖରେ ଏମଟେକ (୧୧ ବିଷୟ), ଏମ ଆର୍କିଟେକ ଓ ଏମ ପ୍ଲାନ, ୧୫ ତାରିଖରେ ଏମବିଏ, ୧୬ ତାରିଖରେ ବି.ଟେକ ଓ ୧୮ରେ ଏମସିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । କମ୍ପୁ୍ୟଟର ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସମ୍ପର୍କରେ ଏସଓପି ଓ ଆଡମିଟ କାର୍ଡ ଡାଉନଲୋଡ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ନିୟମିତ ଭାବେ ଓଜେଇଇ ୱେବସାଇଟ www.ojee.nic.in/www.odishajee.com ଦେଖିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି ।
Powered by Froala Editor