ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ୯ ଅଟକ
ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗାଁରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ୯ ଜଣଙ୍କୁ ଅଟକ ରଖାଯାଇଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ଗାଁର ଦୁଇ ଜଣ ବ୍ୟକ୍ତି ବଡାଲ ପଞ୍ଚାୟତ ସରପଞ୍ଚ ଧନେଶ୍ୱର ଲେଙ୍କାଙ୍କ ଘର ଭଙ୍ଗାରୁଜା କରୁଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଗଡ଼ିଶାଗଦା ପୁଲିସ୍ । ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଅଭିଯୁକ୍ତ ଓ ସେମାନଙ୍କ ସମର୍ଥକମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣରେ ଗଡ଼ିଶାଗଦା ଥାନା ଅଧିକାରୀଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହାସହ ଘଟଣାସ୍ଥଳରୁ ଏକାଧିକ ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।
Powered by Froala Editor