ବଢିବ ଶୀତ, ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ହଠାତ୍ ତାପମାତ୍ରା କମିବା ସହ ଶୀତ ଅନୁଭୂତ ହୋଇଛି। ଏକାଧିକ ସ୍ଥାନରେ ଦିନକ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପାମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଓ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଓ ଏହା ତଳକୁ ଖସି ଥିଲା। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ ହୋଇଥିଲାବେଳେ ସମତଳ ଅଞ୍ଚଳ ଭାବେ ଝାରସୁଗୁଡାଠାରେ ୧୧.୮ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଦାରିଙ୍ଗବାଡିଠାରେ ୧୧.୫ ଡିଗ୍ରୀ, ଫୁଲବାଣୀରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ, ରାଉରକେଲାରେ ୧୩.୬ ଡିଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ୧୪ ଡିଗ୍ରୀ, ବଲାଙ୍ଗୀରରେ ୧୪.୩ ଡିଗ୍ରୀ, ଦେବଗଡ଼ରେ ୧୪.୪ ଡିଗ୍ରୀ, ସମ୍ବଲପୁରରେ ୧୪.୮ ଡିଗ୍ରୀ, ବାଲେଶ୍ୱର, ଅନୁଗୋଳରେ ୧୫ ଡିଗ୍ରୀ, କଟକ ଓ ରାୟଗଡ଼ାରେ ୧୫.୨ ଡିଗ୍ରୀ, ନବରଙ୍ଗପୁରରେ ୧୫.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରୀ ରେକର୍ଡ ହୋଇଥିଲା।
Powered by Froala Editor