ହାତୀ ଆକ୍ରମଣରେ ମହିଳା ମୃତ
ରାୟଗଡା : ଥମୁନି ହାତୀ ଆତଙ୍କ। ରାୟଗଡା ଜିଲ୍ଲାରେ ମଣିଷ-ହାତୀ ସଂଘର୍ଷର କରୁଣ ପରିଣତି ଦେଖିବାକୁ ମିଳିଛି। ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ରଣଶାପଦର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ନିଳେନ୍ଦ୍ରୀ ବାଗ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନିଳେନ୍ଦ୍ରୀ ଆଜି ସକାଳୁ ଶୌଚ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ହଠାତ୍ ୩ରୁ ୪ଟି ହାତୀ ତାଙ୍କ ସାମ୍ନାକୁ ଆସି ଆକ୍ରମଣ କରିଥିଲେ । ହାତୀମାନେ ତାଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ହିଁ ନିଳେନ୍ଦ୍ରୀଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor