ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟଣା: ୨୧ ଅଟକ
କଟକ: କଟକରେ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟଣାରେ ପୁଲିସ୍ ୨୧ ଜଣଙ୍କୁ ଅଟକ ରଖିଛି। ଏ ନେଇ ପୁରୀଘାଟ ଥାନା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗଣେଶ ଘାଟ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କଟକରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ସାହି ସାହି ବିବାଦରୁ ଜଣଙ୍କ ମୃତ୍ୟୁ ହେବା ପରେ ପୁରୀଘାଟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଗଣେଶ ଘାଟ ଓ ବୁରୁଜ ସାହି ମଧ୍ୟରେ ହୋଇଥିବା ସଂଘର୍ଷରେ ଢେଲା ଓ ବୋତଲ ମାଡ଼ ହୋଇଛି । ଜଣେ ପୁଲିସ୍ ହାବିଲଦାରଙ୍କ ସମେତ ଅନେକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
Powered by Froala Editor