ରାଜ୍ୟରେ ଆହୁରି ବଢ଼ିବ ଶୀତର ପ୍ରକୋପ
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ଶୀତ। ଖସିବ ପାରଦ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ। ଏହା ସହ ଗୁରୁଚାପ ବଳୟର ପ୍ରଭାବ ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଛି।
ପାଣିପାଗରେ ଏଭଳି ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ଅନୁଭୂତ ହେବ। ବିଶେଷକରି ରାତି ଓ ଭୋର୍ ସମୟରେ ଥଣ୍ଡାର ପ୍ରଭାବ ଅଧିକ ରହିପାରେ। ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଜାରି ରହିଲେ ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସମ୍ଭାବନା ରହିଛି।
Powered by Froala Editor