ରାଜଧାନୀରେ ଖସିଲା ପାରଦ
ଭୁବନେଶ୍ୱର: ରାଜଧାନୀରେ ଖସିଲା ପାରଦ। ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୭.୬ ଡ୍ରିଗ୍ରୀ ତଳକୁ ଖସିଛି। ୨୪ ତାରିଖ ସକାଳ ୫ଟା ୩୦ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିଥିଲା। ୨୫ ତାରିଖରେ ୨୨.୨ ଡିଗ୍ରୀ, ୨୬ ତାରିଖରେ ୨୧. ୨ ଡିଗ୍ରୀ ଓ ଆଜି ସକାଳ ୫ଟା ୩୦ର ତାପମାତ୍ରା ୧୭. ୪ଡିଗ୍ରୀ ସେଲସିୟସ ରହିଥିଲା।
ସେହିପରି ଝାରସୁଗୁଡାରେ ସକାଳ ସାଢେ ୫ ଟା ସୁଦ୍ଧା ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କେନ୍ଦୁଝରରେ ୧୪.୬ ଡିଗ୍ରୀ, ସମ୍ବଲପୁର ୧୬ ଡିଗ୍ରୀ, ପାରାଦୀପ ୧୯ ଡିଗ୍ରୀ ଓ ବଲେଶ୍ବରରେ ୧୮.୨ ଡିଗ୍ରୀ ରେକର୍ଡ କରାଯାଇଛି।
Powered by Froala Editor