କୋର୍ଟ ନୋଟିସ୍: କୋଟିଆରେ ୧୧ ଜଣ ଆଜି ହେବେ ହାଜର
କୋଟିଆ କୋଟିଆରେ ୧୧ ଜଣଙ୍କୁ କୋର୍ଟ ନୋଟିସ୍। ଆଜି ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। କୋଟିଆରେ ଶାନ୍ତି ଭଙ୍ଗ ଆଶଙ୍କାକୁ ନେଇ ଗତକାଲି ୧୧ ଜଣଙ୍କୁ କୋର୍ଟ ନୋଟିସ୍ କରିଥିଲେ। ନେରେଡିବାଲସାରେ ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ମଧ୍ୟ ନୋଟିସ୍ ହୋଇଥିଲା।
ନୋଟିସ ହୋଇଥିବା ୧୧ ଜଣଙ୍କୁ ଆଜି ହାଜର କରିବାକୁ ସୁନାବେଡ଼ା SDPO ଓ କୋଟିଆ IICଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଓଡ଼ିଶା ପ୍ରଶାସନ ଓ ପୋଲିସ ବିରୋଧରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ କୋଟିଆ ଥାନାରେ ହୋଇଥିବା ମାମଲା ଆଧାରରେ ଏହି ପଦକ୍ଷେପ ନିଆଯାଇଛି।
Powered by Froala Editor