ଦିନେ କିମ୍ବା ଦୁଇଦିନ ବଢ଼ିପାରେ ବାଲିଯାତ୍ରା
କଟକ: ଐତିହାସିକ କଟକ ବାଲିଯାତ୍ରା ଦିନେ କିମ୍ବା ଦୁଇଦିନ ବଢ଼ିବାର ସମ୍ଭାବନା ରହିଛି । ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧ ତାରିଖରେ ସରିବାର ରହିଛି । କିନ୍ତୁ ବ୍ୟବସାୟୀମାନେ ୩ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଘୁଞ୍ଚାଇବାକୁ ଦାବି କରିଛନ୍ତି । ସେମାନଙ୍କ ଦାବି ରହିଛି ଯେ, ପ୍ରଥମ ଦୁଇଦିନ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ଲଟ କିଣିଥିଲେ ମଧ୍ୟ ୩ ଦିନ ମଧ୍ୟରେ ବ୍ୟବସାୟ ଯଥାସମ୍ଭବ ହୋଇପାରି ନାହିଁ । ପ୍ରଥମ ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଦର୍ଶକଙ୍କ ଯା’ଆସ କଟକଣା ରହିଥିଲା । ଫଳରେ ବେପାର ମାନ୍ଦା ରହିଥିଲା ।
ଅପରପକ୍ଷେ ମାସ ଶେଷ ହୋଇଥିବାରୁ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନେ ହାତଖୋଲା ଖର୍ଚ୍ଚ ମଧ୍ୟ କରିପାରୁ ନାହାନ୍ତି । ଏସବୁକୁ ବିଚାରକୁ ନେଇ ବାଲିଯାତ୍ରାକୁ ଦିନେ କିମ୍ବା ଦୁଇଦିନ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି ।
Powered by Froala Editor