୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଡ୍ରାଇଭର ମୃତ
ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର ଡୁମୁରିବେଡ଼ା ନିକଟରେ ଶୁକ୍ରବାର ସକାଳୁ ଅଘଟଣ ଘଟିଛି। ଚିପର ଗୁଣ୍ଡ ଅନ୍ଲୋଡ୍ କରି ସାରି ଡାଲା ତଳକୁ ପକାଉଥିବା ବେଳେ ହାଇଓ୍ବା ଡାଲା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ବାଂଶପାଳ ବ୍ଲକ କୋଡ଼ିପଶା ଅଞ୍ଚଳର ଦିଲ୍ଲୀପ କୁମାର ପରିଡ଼ା (୩୫) ବୋଲି ଜଣାପଡ଼ିଛି। ଡୁମୁରିବେଡ଼ା ନିକଟରେ ପଥର ଗୁଣ୍ଡ ଅନଲୋଡ୍ କରୁଥିବା ସମୟରେ ହାଇଓ୍ବାଟି ଉପରେ ଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା। ଫଳରେ ବିଦ୍ୟୁତ୍ ଆଘାତରେ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଆଣି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor