ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ । ଏଥିରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଶୀତ ଅଧିବେଶନର ପ୍ରାରମ୍ଭରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଏହାକୁ ସମର୍ଥନ କରିଛନ୍ତି ବିରୋଧ ଦଳ ନେତା ନବୀନ ପଟ୍ଟନାୟକ । ଏହା ସହିତ ବାତ୍ୟା ଅର୍ଣ୍ଣବ ଜନିତ ଭୂସ୍ଖଳନରେ ମୃତକଙ୍କ ପରିବାରକୁ ସମବେଦନା ଗୃହରେ ଜଣାଯାଇଛି ।
ଅନ୍ୟପଟେ ଆଜି ଅପରାହ୍ନରେ ୨୦୨୬- ୨୭ ମସିହାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏପଟେ ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇପାରେ । ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ ଦେଇଛି ବିଜେଡି । ଏହାସହ ଭତ୍ତା ସମସ୍ୟା, କୋଟିଆ, ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ, ଏମଏମଡିଆର୍, ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।
Powered by Froala Editor