ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ, ଫେସ୍ବୁକରେ କାହିଁକି ଏମିତି ପୋଷ୍ଟ କଲେ ପ୍ରତାପ ଷଡଙ୍ଗୀ ଜାଣନ୍ତୁ......
ବାଲେଶ୍ୱର: ବାଲିଆପାଳର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଖୁସିବ୍ୟକ୍ତ କରିଛନ୍ତି। ଏନେଇ ସେ ନିଜ ଫେସ୍ବୁକ୍ରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ଅଫିସ୍ରେ ଏପରି ଦୁର୍ନୀତିଗସ୍ତ ଅଫିସର୍ ଥିବା ସତ୍ତ୍ୱେ ଅନେକ ଧରା ନ ପଡ଼ିବା ଦୁର୍ଭାଗ୍ୟଜନକ। ଲୋକମାନେ ସଂଗଠିତ ହୋଇ ଏମାନଙ୍କୁ ଧରାଇ ଦେବା ଉଚିତ୍। ଲାଞ୍ଚ ନେବା ଆଉ ଦେବା ଉଭୟ ଜଘନ୍ୟ ଅପରାଧ। ୨ ବର୍ଷ ତଳେ ନିଯୁକ୍ତ ବୟସ କମ୍, ଉଚ୍ଚ ଶିକ୍ଷିତା ଦେଶର ଦରିଦ୍ର କରଦାତାଙ୍କ ପଇସାରେ ବଢିଆ ଦରମା ପାଇ ବିଳାସବ୍ୟସନରେ ଅଛନ୍ତି। ତଥାପି ସେହି ଅନ୍ନଦାତାଙ୍କୁ ଲୁଟ୍ ଚାଲିଛି। ଭଗବାନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଜନସାଧାରଣ ନିର୍ଭୀକ ଭାବରେ ଏବଂ କୌଶଳ ପୂର୍ବକ ଏହି ଭ୍ରଷ୍ଟାଚାରୀମାନଙ୍କୁ ଧରାଇ ଦିଅନ୍ତୁ। ତାହା ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିରୋଧରେ ଏକ ଜନଜାଗରଣ ହେବ ଓ ଦୁର୍ନୀତିଗସ୍ତ ଲୋକେ ଭୟଭୀତ ହେବେ ବୋଲି ସେ ଫେସ୍ବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
Powered by Froala Editor