ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ।
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ। ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ ‘ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ସୁଦୃଢ଼ କରିବାକୁ ଅତ୍ୟାବଶ୍ୟକ। ଯୋଗ୍ୟ ଭୋଟରମାନେ ଯେପରି ବାଦ୍ ନ ପଡ଼ିବେ ‘SIR’ ସୁନିଶ୍ଚିତ କରେ।
Powered by Froala Editor