ବିଚ ରାସ୍ତାରେ ଗୋଡାଇ ଗୋଡାଇ ସ୍ତ୍ରୀକୁ ଆକ୍ରମଣ ପରେ ଜାଳିଦେଲା ସ୍ୱାମୀ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ସ୍ପିରିଟ ଢାଳି ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣା ମନରୁ ଲିଭି ନ ଥିବାବେଳେ ଛତ୍ରପୁର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ପୁଣି ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପନôୀଙ୍କ ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଛନ୍ତି । ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହିଭଳି ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଲେ, ବି.ମୁକୋଡୁ । ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମୁକୋଡୁଙ୍କର ପନôୀ ଏରାମ୍ମାଙ୍କ ସହ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଏକବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଆସୁଛି । ଏଥିରେ ଅତିଷ୍ଠ ହୋଇ ପନôୀ ଏରମ୍ମା ପିଲାମାନଙ୍କୁ ଧରି ବାପଘରେ ରହୁଛନ୍ତି । ଏରାମ୍ମା ଅନ୍ୟ ମହିଳା ଶ୍ରମିକଙ୍କ ସହ ଟିଫିନ ବାକ୍ସ ଧରି ଘରୁ କାମ କରିବାକୁ ବାହାରିଥିଲେ । ଘରଠାରୁ ମାତ୍ର ୧୦୦ ରୁ ୨୦୦ ମିଟର ଦୂର ଗାନ୍ଧିଛକଠାରେ ମୁକୋଡ଼ୁ ଯୋଜନାବଦ୍ଧ ଭବେ ଏରମ୍ମାଙ୍କୁ ଜିଅନ୍ତା ପୋଡ଼ି ମାରିବାପାଇଁ ପେଟ୍ରୋଲ୍ ଧରି ଜଗି ରହିଥିଲା । ଏରାମ୍ମା ପହଞ୍ଚିବା କ୍ଷଣି ମୁକୋଡୁ ସହ ମୁହାଁମୁହିଁ ହୋଇଥିଲା । ଦୁହିଁଙ୍କ ମଧ୍ୟରେ କଥା କଟାକଟି ପରେ ଏରାମ୍ମାଙ୍କୁ ମୁକୋଡ଼ୁ ମାରଧର କରିଥିଲା । ଏହାପରେ ହଠାତ ସେ କାଖ ଭିତରେ ଲୁଚାଇ ରଖିଥିବା ପେଟ୍ରୋଲ ବୋତଲ ବାହାର କରି ଏରାମ୍ମାଙ୍କ ଉପରେ ଢାଳିଥିଲା । ଏରାମ୍ମା ଧାଉଁଥିବା ବେଳେ ଗୋଡ଼ାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଏହା ଦେଖି ପାଖରେ ଥିବା ଏନ୍.ଗୋପାଳ ଓ ଏନ୍.କାମେୟା ଦୌଡ଼ିଆସି ଏରାମ୍ମାଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଥିଲା । ସଂଗେସଂଗେ ଗ୍ରାମବାସୀ ଏରାମ୍ମାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
Powered by Froala Editor