ତୃତୀୟ ଲହର ରୋକିବାକୁ ରାଜ୍ୟ ପୂରା ପ୍ରସ୍ତୁତ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନାର ତାଣ୍ଡବ। ଦୈନିକ ସଂକ୍ରମଣ କମିଛି ସତ କିଛି ପୂରା ଯାଇନି। ପ୍ରତିଦିନ ଏକ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ସେପଟେ ବିଶେଷଜ୍ଞମାନେ ଦ୍ୱିତୀୟ ଲହର ନଯାଉଣୁ କରୋନାର ତୃତୀୟ ଲହର ଆସିବା ସୁନିଶ୍ଚିତ ବୋଲି କହିସାରିଲେଣି। ଏହାରି ଭିତରେ ତୃତୀୟ ଲହର ରୋକିବାକୁ ରାଜ୍ୟ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେ କହିଛନ୍ତି, ‘ରାଜ୍ୟରେ ତୃତୀୟ ଲହର ରୋକିବାକୁ ସରକାର ପର୍ୟ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। କୌଣସି ଲହର ରୋକିବାକୁ ଦୁଇଟି ଜିନିଷ ଆବଶ୍ୟକ ପ୍ରଥମତଃ ରୋଗୀ ଚିହ୍ନଟ, ସର୍ଭେଲାନ୍ସ ଜାରି ରଖିବା ଏବଂ ଦ୍ୱିତୀୟରେ ଗୁରୁତରଙ୍କୁ ସଠିକ୍ ଟ୍ରିଟମେଣ୍ଟ କରିବା। ରାଜ୍ୟ ସରକାର ଏହି ଦୁଇଟି ଦିଗ ସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।’
ସେହିଭଳି ରାଜ୍ୟର ବଢ଼ୁଥିବା କରୋନା ଜନିତ ମୃତ୍ୟୁକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ରହୁଛି, ତାହା ପୁରୁଣା ତଥ୍ୟରୁ ଅଡିଟେଡ଼ ହୋଇ ଆସୁଛି। ଯେତେବେଳେ ମହାମାରୀ ଶେଷ ହେବ, ସେତେବେଳେ ହିଁ ବାସ୍ତବ କେସ ଫାଟାଲିଟି ରେଟ ଜଣାପଡିବ। ରାଜ୍ୟରେ ଆଉ ୧୪ଟିସ୍ଥାନରେ ଜଞଚଉଜ ଟେଷ୍ଟ ଲାବ ସ୍ଥାପନ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନ ଦେଇଛନ୍ତି ।
Powered by Froala Editor