ଓଡ଼ିଶାରେ ଭୀଷଣ ବର୍ଷା
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେଇଛି । ଅବପାତ ଘନୀଭୂତ ହୋଇ ଏକ ଗଭୀର ଅବପାତ ଭାବେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ଅଛି ।
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଜି ଅପରାହ୍ନ ସମୟରେ ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳ ବାଲେଶ୍ୱର ଏବଂ କ୍ୟାନିଂ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ହେବା ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।ପାଣିପାଗ ବିଭାଗ କହିଛି, "ଲଘୁଚାପ ଗତ 6 ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି 3 କିଲୋମିଟର ବେଗରେ ଉତ୍ତର ଦିଗକୁ ବହୁତ ଧୀରେ ଗତି କରି ଡିପ୍ ଡିପ୍ରେସନରେ ପରିଣତ ହୋଇଥିଲା ଏବଂ ଆଜି ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ପ୍ରାୟ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଅପରାହ୍ନ ଘଣ୍ଟା ପ୍ରତି 3 କିଲୋମିଟର ବେଗରେ ବାଲେଶ୍ଵର ଏବଂ କ୍ୟାନିଂ ମଧ୍ୟରେ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି ।ଆଜି ସାରା ରାଜ୍ୟରେ ବର୍ଷା ସହ ଝଡ଼ି ପବନ ଲାଗି ରହିବ । ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
Powered by Froala Editor