Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ...

  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

ରାଜ୍ୟ
Home ›› ରାଜ୍ୟ ››ଆଜି ସନ୍ଧ୍ୟାରେ ଗଭୀର ଅବପାତ ଅତିକ୍ରମ କରିବ ସ୍ଥଳଭାଗ

ଆଜି ସନ୍ଧ୍ୟାରେ ଗଭୀର ଅବପାତ ଅତିକ୍ରମ କରିବ ସ୍ଥଳଭାଗ

2026-07-27 06:17:46
14308
Share:
Facebook
Twitter
E-Mail
WhatsApp
Telegram
ଆଜି ସନ୍ଧ୍ୟାରେ ଗଭୀର ଅବପାତ ଅତିକ୍ରମ କରିବ ସ୍ଥଳଭାଗ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହୋଇଛି। ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହୋଇଛି। ସୋମବାର (୨୭ ତାରିଖ) ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲାପାଳ ଜିଲାର ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ), ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଜିଲାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀର ହ୍ବାଟ୍ସଆପ୍ ଗ୍ରୁପ୍, ଫୋନ୍ କଲ୍, ଏସ୍‌ଏମ୍‌ଏସ୍‌ ଆଦି ମାଧ୍ୟମରେ ବିଦ୍ୟାଳୟ ବନ୍ଦ ନେଇ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଜଣାଇବେ।
ସମ୍ଭାବ୍ୟ ଗଭୀର ଅବପାତ ସୋମବାର ମଧ୍ୟାହ୍ନରୁ ସନ୍ଧ୍ୟା ମଧ୍ୟରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାରାଦ୍ବୀପଠାରୁ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ରବିବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଅବପାତ ପଶ୍ଚିମବଙ୍ଗର ସାଗରଦ୍ବୀପରୁ ଦକ୍ଷିଣରେ ୯୦କି.ମି ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ଦୀଘାର ଦକ୍ଷିଣ-ପୂର୍ବରେ ୧୧୦କି.ମି., ଓଡ଼ିଶାର ଚାନ୍ଦବାଲିରୁ ପୂର୍ବରେ ୧୫୦କି.ମି. ଏବଂ ବାଲେଶ୍ବରରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୧୫୦କି.ମି. ଦୂରରେ କେନ୍ଦ୍ରୀଭୂତ ହେଉଛି। ଅବପାତ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ଥିବାରୁ ସୋମବାର ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ୩ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଢେଙ୍କାନାଳ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ନୟାଗଡ଼, ଖୋରଧା, ପୁରୀ ଓ ଗଞ୍ଜାମ ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ତେଣୁ ଉକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ୨୯ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ତଳିଆ ସ୍ଥାନଗୁଡ଼ିକରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ। ପାହାଡ଼ରୁ ମାଟି ଅତଡ଼ା ଧସିବାର ସମ୍ଭାବନା ରହିଛି। ଚାଷ ଜମି ପ୍ରଭାବିତ ହେବା ଏବଂ ନଦୀ ଅବବାହିକାରେ ବର୍ଷା ହୋଇପାରେ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Powered by Froala Editor

Tags Cyclone

Related articles Odisha News Lens 4.1

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13637
    Sep 13, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    14139
    Sep 12, 2026
  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14532
    Sep 14, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15230
    Sep 12, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14396
    Sep 12, 2026
  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    15026
    Sep 14, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14354
    Sep 12, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15062
    Sep 13, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13856
    Sep 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14354
    Sep 12, 2026
  • ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ନେଇ ବିବାଦ

    15026
    Sep 14, 2026
  • ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14452
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17093
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17761
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18165
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14422
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16116
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14652
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13961
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14768
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14310
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14075
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14702
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15040
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14354
    Sep 12, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13637
    Sep 13, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15062
    Sep 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In