ତାମିଲନାଡୁରୁ ଓଡିଶା ଫେରିଲେ ୧୦ ଶ୍ରମିକ
କେନ୍ଦୁଝର: ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ କେନ୍ଦୁଝରର ୧୩ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ଶନିବାର ପୁଣି ୧୦ ଜଣ ଶ୍ରମିକ ଘରକୁ ଫେରିଛନ୍ତି । ଭୁବନେଶ୍ୱର ରୁ ସ୍ୱତନ୍ତ୍ର ଗାଡିରେ କେନ୍ଦୁଝର ଫେରିଛନ୍ତି । ପୂର୍ବରୁ ଜୁନ ମାସ ୨୭ ତାରିଖରେ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିଲେ । ଶନିବାର ଫେରିଥିବା ଶ୍ରମିକ ମଧ୍ୟରୁ ବାଂଶପାଳ ବ୍ଲକର ୭ଜଣ,ତେଲକୋଇ ବ୍ଲକର ଜଣେ ଏବଂ ହରିଚନ୍ଦନପୁର ବ୍ଲକର ୨ଜଣ ଶ୍ରମିକ ଫେରିଛନ୍ତି ।
Powered by Froala Editor