ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ ପହଞ୍ଚିଲା ପାରାଦୀପରେ
ପାରାଦ୍ବୀପ: ହର୍ମୁଜ୍ ସଙ୍କଟ ପାର୍ କରି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଶେଷରେ ପାରାଦୀପ ବନ୍ଦରରେ ପହଞ୍ଚିଛି ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ। ଜାହାଜଟି ଇରାକରୁ ପ୍ରାୟ ୨ ମିଲିୟନ୍ ବ୍ୟାରେଲ୍ ବାସ୍ରା ମିଡିୟମ୍ ଓ ବାସ୍ରା ହେଭି କ୍ରୁଡ୍ ଅଏଲ୍ ନେଇ ଆସିଛି।
ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ନିକଟରେ ଏହି ଜାହାଜ ଉପରେ ଗୁଳିମାଡ଼ ହୋଇଥିଲା। ସବୁ ବାଧାବିଘ୍ନ ଟପି ପାରାଦୀପରେ ପହଞ୍ଚିବା ପରେ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କ୍ୟାପଟେନ୍ ଓ ନାବିକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।
Powered by Froala Editor