ଚିନ୍ତନ ମଣ୍ଡପ କିଶୋର ଅଂଶଗ୍ରହଣ ଓ ସହରାଞ୍ଚଳ ଶାସନ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ପାଲଟିଲା
ଭୁବନେଶ୍ୱର: ସହରାଞ୍ଚଳ ଶାସନ କ୍ଷେତ୍ରରେ କିଶୋରଙ୍କ ଅଂଶଗ୍ରହଣକୁ ସୁଦୃଢ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ସମଗ୍ର ଭୁବନେଶ୍ୱରରୁ ୨୦୦ରୁ ଅଧିକ କିଶୋର ହମାରା ବଚ୍ପନ ଟ୍ରଷ୍ଟ (ଏଚବିଟି) ପକ୍ଷରୁ ନିରାପଦ, ସୁସଂହତ ଏବଂ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥଳ (ଏସଭିଏଚପିଏସ୍) କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏବଂ ଡବ୍ଲୁ୍ୟଆରଆଇ ଇଣ୍ଡିଆ ସହଯୋଗୀତାରେ ଆୟୋଜିତ ଓଡ଼ିଶାର ପ୍ରଥମ ସହର-ସ୍ତରୀୟ କିଶୋର ସଂସଦ ‘ଚିନ୍ତନ ମଣ୍ଡପରେ ଏକତ୍ରିତ ହୋଇଥିଲେ ।
ଏହି ଅନନ୍ୟ କିଶୋର-ନେତୃତ୍ୱ ସଂସଦୀୟ ଫୋରମ୍ ଯୁବକ ଯୁବତୀଙ୍କୁ ସେମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ମୁଖ୍ୟ ସହରାଞ୍ଚଳ ସମସ୍ୟାଗୁଡିକ ଉପରେ ଆଲୋଚନା କରିବା ଏବଂ ସରକାରୀ ପ୍ରତିନିଧିମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ନିୟୋଜିତ ହେବାକୁ ଏକ ମଞ୍ଚ ଯୋଗାଇ ଦେଇଥିଲା । କିଶୋରମାନେ ବାଚସ୍ପତି, ମନ୍ତ୍ରୀଗଣ, ଆର୍ଥିକ ପ୍ରତିନିଧି ଏବଂ ଜୋନ୍ ପ୍ରତିନିଧି ଆଦି ସମସ୍ତ ସଂସଦୀୟ ଭୂମିକା ନିର୍ବାହ କରିଥିଲେ, ଯାହା ଚିନ୍ତନ ମଣ୍ଡପକୁ ଓଡ଼ିଶାରେ ଏହି ଧରଣର ପ୍ରଥମ କିଶୋର-ନେତୃତ୍ୱ ଶାସନ ପ୍ଲାଟଫର୍ମ କରି ଗଢିତୋଳିଥିଲା ।
ଭୁୁବନେଶ୍ୱରରେ ୨୯୭ ଗୋଷ୍ଠୀରେ କରାଯାଇଥିବା କିଶୋର-ନେତୃତ୍ୱ ଅଡିଟ୍ ଜରିଆରେ ସଂଗୃହୀତ ତଥ୍ୟକୁ ନେଇ ଅଂଶଗ୍ରହଣକାରୀମାନେ ଜଳ ଓ ପରିମଳ, ସାମାଜିକ ନିରାପତ୍ତା ଓ ସୁରକ୍ଷା, ସର୍ବସାଧାରଣ ଭିତ୍ତିଭୂମି ଓ ଗମନା ଗମନ ଏବଂ ଉତ୍ତରଦାୟୀ ଶାସନ ଓ ବଜେଟ ପ୍ରସ୍ତୁତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଆଲୋଚନା କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଚଞ୍ଚଳ ରାଣା, କମିଶନର, ଭୁବନେଶ୍ୱର ମହାନଗର ନିଗମ, ତାଙ୍କ ବସ୍ତବ୍ୟରେ ସହରର ବର୍ତ୍ତମାନ ଏବଂ ଏକ ଅଧିକ ସମାବେଶୀ ଓ ସମ୍ବେଦୀ ଭୁବନେଶ୍ୱର ଗଠନରେ କିଶେରମାନଙ୍କର ତଥ୍ୟ-ଆଧାରିତ ଅନ୍ତର୍ଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସହରାଞ୍ଚଳ ଯୋଜନା ପ୍ରସ୍ତୁତି ଓ ଶାସନ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ଉପରେ ଜୋର୍ ଦେଇଥିଲେ ।
ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ପିଲାମାନେ, ମହିଳା ଏବଂ ଯୁବବର୍ଗଙ୍କ ସହିତ ହମାରା ବଚ୍ପନ ଟ୍ରଷ୍ଟର ନିରନ୍ତର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଚିନ୍ତନ ମଣ୍ଡପ ଅବସରରେ କିଶୋରମାନଙ୍କ ଦ୍ୱାରା କରାଯାଇଥିବା ଚିନ୍ତନଶୀଳ ଆଲୋଚନା ପାଇଁ ବଧେଇ ଜଣାଇଥିଲେ । ସେମାନଙ୍କୁ ସହରର ଭବିଷ୍ୟତ ନାଗରିକ ଏବଂ ନେତୃତ୍ୱ ବୋଲି ବର୍ଣ୍ଣନା କରି ମେୟର ଜୋର୍ ଦେଇ କହିଥିଲେ ଯେ ସେମାନଙ୍କର ସ୍ୱର ଏବଂ ଚିନ୍ତାଧାରା ଏକ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ ଭୁବନେଶ୍ୱର ଗଡିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ ।
ସଂସଦରେ ଚାରିଟି ବିଷୟଭିତ୍ତିକ ଅଧିବେଶନ ସ୍ଥାନ ପାଇଥିଲା, ଯଥା:
- ଜଳ ଓ ପରିମଳ- ପାନୀୟ ଜଳର ସୁବିଧା, କାର୍ଯ୍ୟକ୍ଷମ ପାଇଖାନା, ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟରକ୍ଷା, ବର୍ଜ୍ୟ ପରିଚାଳନା ଏବଂ ଡ୍ରେନେଜ ଉପରେ ଦୃଷ୍ଟିପାତ ।
- ସାମାଜିକ ନିରାପଦା ଓ ସୁରକ୍ଷା- ସର୍ବସାଧାରଣ ସ୍ଥଳ, ଠକାମି, ଲିଙ୍ଗ-ଭିତ୍ତିକ ହିଂସା, ଅନ୍ଲାଇନ ସୁରକ୍ଷା ଏବଂ କିଶୋରମାନଙ୍କ ଅଧିକାର ପ୍ରତି ଦୃଷ୍ଟିଦେବା ।
- ଭିତ୍ତିଭୂମି, ଗମନା ଗମନ ଓ ସର୍ବସାଧାରଣ ସ୍ଥଳ- ସଡ଼କ, ରାସ୍ତା ଆଲୋକୀକରଣ, ଚଲାପଥ, ସୁଗମତା, ଗଣ ପରିବହନ ଏବଂ ପରିବେଶର ମାନ ଉପରେ ଆଲୋଚନା ।
- ଉତ୍ତରଦାୟୀ ଶାସନ ଏବଂ କିଶୋର ବଜେଟ ସଂପୃକ୍ତିକରଣ- ବଜେଟରେ ରହୁଥିବା ତାରତମ୍ୟ, ଅଭିଯୋଗ ସମାଧାନ ବ୍ୟବସ୍ଥା, ଉତ୍ତର ଦାୟିତ୍ୱ ଏବଂ କିଶୋରମାନଙ୍କ ଅଗ୍ରାଧିକାରତା ସମ୍ପର୍କରେ ପରୀକ୍ଷା ନିରୀକ୍ଷା ।
ଏକାଧିକ କିଶୋର-ନେତୃତ୍ୱାଧୀନ ନୀତି ଦସ୍ତାବିଜ ଉନ୍ମୋଚନ ଓ ଦାଖଲ ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା । ଉକ୍ତ ଦସ୍ତାବିଜଗୁଡିକ ହେଉଛି:
- କିଶୋର- ଅନୁକୂଳ ଭୁବନେଶ୍ୱର ସନନ୍ଦ, ଯେଉଁଥିରେ ବିଭାଗୱାରୀ ସୁପାରିଶସମୂହ ଏବଂ କାର୍ଯ୍ୟାନ୍ୱୟନ ବିନ୍ଦୁଗୁଡିକ ଉଲ୍ଲେଖ ରହିଛି ।
- କିଶୋରମାନଙ୍କ କଲ୍ୟାଣ, ନିରାପତ୍ତା, ସର୍ବସାଧାରଣ ସ୍ଥଳ ଓ ଅନ୍ତର୍ଭୁକ୍ତ ଉପରେ ସଂକ୍ଷେପରେ ନୀତିଗତ ସୁପାରିଶ ।
ଚାରିବର୍ଷ ଧରି ଏସଭିଏଚପିଏସ୍ କାର୍ଯ୍ୟକ୍ରମ ଅଧୀନରେ କିଶୋରମାନଙ୍କର ନିରନ୍ତର ନିୟୋଜନତାର ଉଦ୍ଯାପନ ଥିଲା ଚିନ୍ତନ ମଣ୍ଡପ । ୨୦୨୨ ଠାରୁ ଏହି ପ୍ରୟାସ ସମଗ୍ର ଭୁବନେଶ୍ୱର ସହରରେ ୩,୧୦୦ରୁ ଅଧିକ ନାଗରିକଙ୍କୁ ନିୟୋଜିତ କରିସାରିଛି, ପ୍ରତ୍ୟକ୍ଷ ଭାବରେ ୨,୦୦୦ କିଶୋର ନିୟୋଜିତ ହୋଇଛନ୍ତି, ୫୪୦ ଜଣ କିଶୋର ନେତୃତ୍ୱଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ୩୧୨ ଜଣ ସହଭାଗୀଙ୍କ ସହିତ ପରାମର୍ଶ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ କିଶୋର-ଅନୁକୂଳ ସହରାଞ୍ଚଳ ବିକାଶକୁ ଆଗେଇନେବାକୁ ପ୍ରତିବଦ୍ଧ ଫଣ୍ଡେସନ୍ ବୋଟ୍ନାର, ଡବ୍ଲୁ୍ୟଆରଆଇ ଇଣ୍ଡିଆ, ଇକୋରିସ୍, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କର ପ୍ରତିନିଧିଗଣ, ଭୁବନେଶ୍ୱରର ବିଭିନ୍ନ ୱାର୍ଡର କର୍ପୋରେଟର ବୃନ୍ଦ ଏବଂ ଅନ୍ୟ ପ୍ରମୁଖ ସହଭାଗୀମାନେ ଯୋଗଦେଇଥିଲେ ।
ଓଡ଼ିଶା ଶିଶୁ-ଅନୁକୂଳ ସର୍ବସାଧାରଣ ସ୍ଥଳ ଡିଜାଇନ ନିୟମାବଳୀ, ଓଡ଼ିଶା ସହରାଞ୍ଚଳ ଡିଜାଇନ ହବ୍ ଏବଂ ଆଗାମୀ ପୋ÷ର ବଜେଟ ପରାମର୍ଶ ଭଳି ପ୍ରମୁଖ ସହରାଞ୍ଚଳ ପ୍ରୟାସଗୁଡିକୁ ଅଗ୍ରସର ହେଉଥିବାବେଳେ କିଶୋରମାନଙ୍କର ଅର୍ଥପୂର୍ଣ୍ଣ ଅଂଶଗ୍ରହଣ କିଭଳି ଅଧିକ ପ୍ରତିଜବାବୀ, ସମାବେଶୀ ଏବଂ ସମତା ଭିତ୍ତିକ ସହରଗୁଡିକ ନିର୍ମାଣ ଦିଗରେ ଅବଦାନ ରଖିପାରିବ, ତାହା ଚିନ୍ତନ ମଣ୍ଡପ ପ୍ରଦର୍ଶିତ କରିଛି ।
Powered by Froala Editor