୨ରୁ ରାଜ୍ୟରେ ଲଘୁଚାପ, ଅଧିକ ବର୍ଷା ସମ୍ଭାବନା
ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଆଇଏମ୍ଡିର ଆକଳନ ଅନୁସାରେ, ୧ ତାରିଖ ଯାଏ କେନ୍ଦ୍ରୀୟ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ । କିନ୍ତୁ ପରେ ୨ରୁ ୮ ତାରିଖ ଭିତରେ ସ୍ୱାଭାବିକ ବର୍ଷା ହେବ ।
୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ୨ରୁ ୮ତାରିଖରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି ।
କିନ୍ତୁ ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ମିମି ବର୍ଷା ହେବା କଥା । କିନ୍ତୁ ମାତ୍ର ୮୪ମିମି ବର୍ଷା ହୋଇଛି ।
ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଣି ର୍ଂ ଜାରି ହୋଇଛି ।
Powered by Froala Editor