ମିଳିଲା ଦୁଇ ମାସର ଭତ୍ତା ରାଶି
ଭୁବନେଶ୍ବର: ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି । ଏପ୍ରିଲ୍ ଓ ମେ ମାସର ଭତ୍ତା ହିତାଧିକାରୀଙ୍କ ଖାତାକୁ ଜମା ହୋଇଥିବା ବେଳେ, ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ, ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲୋକଙ୍କ ଖାତାକୁ ଏକାଥରେ ଦୁଇ ମାସର ଭତ୍ତା ଜମା କରାଯାଇଛି । ବାକି ହିତାଧିକାରୀଙ୍କ କ୍ଷେତ୍ରରେ ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ଶେଷ ହେବା ପରେ ଅର୍ଥରାଶି ପ୍ରଦାନ କରାଯିବ । ସେପଟେ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ପହଞ୍ଚାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା କଥା ମନ୍ତ୍ରୀ କହିଛନ୍ତି ।
Powered by Froala Editor