ପାଣିଟାଙ୍କିରୁ ବାହାରିଲେ ୧୧ ସାପ
କୋଟା: ପାଣିଟାଙ୍କିରୁ ଏକାସଙ୍ଗେ ବାହାରିଲା ୧୧ ସାପ। ରାଜସ୍ଥାନ କୋଟା ଅମ୍ବାଲି ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ପାଣିଟାଙ୍କି ଭିତରୁ ଏକସାଙ୍ଗରେ ୧୧ଟି ସାପ ବାହାରିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘର ଭିତରେ ଥିବା ୮ ଫୁଟ ଗଭୀର ଟାଙ୍କିକୁ ସଫା କରିବା ବେଳେ ସାପ ଧରାପଡିଥିଲେ । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ସାପକୁ ଧରିଥିଲା । ତେବେ ରେସକ୍ୟୁ ଟିମର ଜଣେ ଅଧିକାରୀଙ୍କ କହିବା ମୁତାବକ, ଘରେ ଥିବା ଟାଙ୍କି ଅନେକ ଦିନରୁ ସଫା ହୋଇନଥିଲା । ତେଣୁ ଟାଙ୍କି ଖାଲି କରି ସଫା କରୁଥିବା ବେଳେ ସାପ ଦେଖିଥିଲେ । ପ୍ରାୟ ୨୦ ମିନିଟର ପରିଶ୍ରମ କରିବା ପରେ ୧୧ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
Powered by Froala Editor